fbpx

ପୃଥିବୀ ଆଡ଼କୁ ଆସୁଛି ବରଫ ଯୁଗର ଧୂମକେତୁ: ୫୦ ହଜାର ବର୍ଷ ପରେ ଦେଖିବାକୁ ମିଳିବ ଏକ ଅଦ୍ଭୂତ ଦୃଶ୍ୟ

ନୂଆଦିଲ୍ଲୀ: ଅଧିକାଂଶ ସମୟରେ ତାରା ବା ଗ୍ରହ ଜଗତରୁ ଅନେକ ଅଦ୍ଭୂତ ଘଟଣା ସାମ୍ନାକୁ ଆସିଥାଏ । ମାତ୍ର ଏଥର ସାରା ପୃଥିବୀବାସୀ ଏକ ବଡ଼ ଦୃଶ୍ୟ ଦେଖିବାକୁ ପାଇବେ । ଆସନ୍ତା ଫେବୃଆରୀ ମାସ ୧ ତାରିଖରେ ଏଭଳି କିଛି ଘଟିବାକୁ ଯାଉଛି । ଏହାଦ୍ୱାରା ଲୋକମାନେ ରାତି ଆଉ ଦିନ ଭିତରେ କିଛି ଫରକ ଅନୁଭବ କରିପାରିବେନି । ପାଖାପାଖି ୫୦ ହଜାର ବର୍ଷ ପରେ ମହାକାଶରେ ଏପରି ଏକ ବଡ଼ ଘଟଣା ଦେଖିବାକୁ ମିଳିବ ।

ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଏହି ଦିନ ଯଦି ଆପଣଙ୍କ ଅଞ୍ଚଳରେ ଆକାଶ ପରିଷ୍କାର ରହିବ, ତେବେ ଆପଣମାନେ ଖାଲି ଆଖିରେ ଏହି ଅଦ୍ଭୂତ ଦୃଶ୍ୟକୁ ଦେଖିପାରିବେ । ଏଥିପାଇଁ କୌଣସି ଟେଲିସ୍କୋପର ଆବଶ୍ୟକତା ପଡ଼ିବ ନାହିଁ । ବାସ୍ତବରେ ଏହା ଏକ ଧୂମକେତୁ ଅଟେ । ଏହା ପୂର୍ବରୁ ବରଫ ଯୁଗ ସମୟରେ ଆସିଥିଲା । ଏହାର ନାମ ହେଉଛି ସି / ୨୦୨୨ ଇ୩ (ଜେଡଟିଏଫ) । ପାଖାପାଖି ୫୦ ହଜାର ବର୍ଷ ପୂର୍ବରୁ ଅପର ପେଲିୟୋଲିଥିକ କାଳରେ ଏହା ଆସିଥିଲା । ସେ ସମୟରେ ମଣିଷର ଆଧୁନିକ ପ୍ରଜାତି ହୋମୋ ସାପିୟନ୍ସ ଆସିନଥିଲେ ।

ଏହି ଧୂମକେତୁର ସନ୍ଧାନ ପ୍ରଥମ ଥର ପାଇଁ ଗତ ବର୍ଷ ମାର୍ଚ୍ଚ ମାସରେ କରାଯାଇଥିଲା । ତା’ପରଠାରୁ ଏହାକୁ କ୍ରମାଗତ ଭାବେ କାଲିଫର୍ଣ୍ଣିଆର ଜ୍ୱିକି ଟ୍ରାନ୍ସିଏଣ୍ଟ ଫ୍ୟାସିଲିଟିର ବୈଜ୍ଞାନିକମାନେ ଟ୍ରାକ୍ କରି ଆସୁଛନ୍ତି । ଆମ ସୌର ମଣ୍ଡଳର ବାହାର ସର୍କଲରେ ଯାତ୍ରା କରିବା ପରେ ଏହି ଧୂମକେତୁ ୧୨ ଜାନୁଆରୀରେ ସୂର୍ଯ୍ୟର ଅତି ନିକଟରେ ଗତି କରିବ । ଏହାପରେ ଧୂମକେତୁ ଫେବୃଆରୀ ୧ରେ ପୃଥିବୀର ନିକଟତର ହେବ । ପୃଥିବୀର ନିକଟରେ ପହଞ୍ଚିବା ପରେ ଧୂମକେତୁ ଅତ୍ୟଧିକ ଚମକିବ ବୋଲି କୁହାଯାଉଛି । ତେବେ ଏହି ଧୂମକେତୁର ବ୍ୟାସ ପାଖାପାଖି ୧ କିମି । ଏହା ବରଫ ଓ ଧୂଳିରେ ତିଆରି ହୋଇଥିବା ବେଳେ ଏହା ସବୁଜ ରଙ୍ଗର ରଶ୍ମୀ ଉର୍ତ୍ସଜନ କରିବ ବୋଲି ପ୍ୟାରିସ ଅବଜରଭେଟରୀର ଜଣେ ବୈଜ୍ଞାନିକ ନିକୋଲସ ବିଭର ପୂର୍ବାହନୁମାନ କରିଛନ୍ତି ।

Get real time updates directly on you device, subscribe now.