fbpx

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଟ୍ୟାଙ୍କର ଧକ୍କାରେ ୩ ବାଇକ୍ ଆରୋହି ମୃତ

କଳାହାଣ୍ଡି: ବେଲାମାଳରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ବାଇକ୍ ଓ ଟ୍ୟାଙ୍କର ମୁହାଁମୁହିଁ ଧକ୍କାରେ ୩ ବାଇକ୍ ଆରୋହି ମୃତ୍ୟୁ ବରଣ କରିଛନ୍ତି। ଏହି ଘଟଣା ୨୬ ନମ୍ବର ଜାତୀୟ ରାଜପଥରେ ଘଟିଛି ଦୁର୍ଘଟଣା । ୩ ଜଣ ଯୁବକ କ୍ରିକେଟ୍ ଖେଳି ଫେରୁଥିବା ସମୟରେ ଆରପଟରୁ ଆସୁଥିବା ଏକ ଗ୍ୟାସ୍ ଟ୍ୟାଙ୍କର ଧକ୍କା ଦେଇଥିଲା । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ତିନି ଯୁବକ ଘଟଣା ସ୍ଥଳରେ ହିଁ ପ୍ରାଣ ତ୍ୟାଗ କରିଥିଲେ । ମୃତକମାନେ ଅକ୍ଷୟ ଗଉଡ଼, ଟୁଟୁ ଗଉଡ଼ ଓ ରଘୁନାଥ ଗଉଡ଼ ବୋଲି ସେମାନଙ୍କ ପରିଚୟ ମିଳିଛି।

ସୂଚନା ଅନୁସାରେ ସେମାନେ ୨୬ ନମ୍ବର ଜାତୀୟ ରାଜପଥ ଉପରେ ଥିବା ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ବେଲାମାଲ ରେଡିଓ ଷ୍ଟେସନ ନିକଟରେ ଆଜି ଅପରାହ୍‌ଣ ସାଢ଼େ ୪ଟା ସମୟରେ ଏକ ଗ୍ୟାସ ଟ୍ୟାଙ୍କର ସହିତ ମୁହାଁମୁହିଁ ଧକ୍କା ହୋଇଥିଲା। ମୃତକମାନେ ହେଲେ ଭବାନୀପାଟଣା ଲାଲପୁଲିଆ ଛକ ରୁନିପାଲି ଗାଁର ବୋଲି ଜଣାପଡ଼ିଛି। ତେବେ ଏହି ଦୁର୍ଘଟଣାରେ ଜଣେ ଯୁବକ ଟ୍ୟାଙ୍କର ଚକା ତଳେ ରହିଯାଇଥିବା ଖବର ମିଳିଛି । ଦୁର୍ଘଟଣାକୁ ନେଇ ଲୋକଙ୍କ ମଧ୍ୟରେ ଉତେଜନା ପ୍ରକାଶ ପାଇଛି । ଖବର ପାଇ ପୋଲିସ ଘଟଣା ସ୍ଥଳରେ ତୁରନ୍ତ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Get real time updates directly on you device, subscribe now.