fbpx

World Cup-2023ରେ ଇତିହାସ ରଚିବେ ଅଧିନାୟକ ରୋହିତ! ନେଦରଲାଣ୍ଡ ବିପକ୍ଷରେ ଭାଙ୍ଗିବେ ୨୦ ବର୍ଷର ରେକର୍ଡ

Advertisement

ନୂଆଦିଲ୍ଲୀ: ଚଳିତ ଦିନିକିଆ ବିଶ୍ୱକପରେ ଦମଦାର ପ୍ରଦର୍ଶନ କରି ପ୍ରଥମ ଦଳ ଭାବରେ ସେମି ଫାଇନାଲରେ ପ୍ରବେଶ କରିଛି ଟିମ ଇଣ୍ଡିଆ । ଏହି ଟୁର୍ଣ୍ଣାମେଣ୍ଟରେ ଦଳ ୮ଟି ମ୍ୟାଚ ଖେଳିଥିବା ବେଳେ ସମସ୍ତ ମ୍ୟାଚରେ ବିଜୟ ହାସଲ କରିଛି । ତେବେ ଆସନ୍ତା ୧୨ ତାରିଖରେ ନେଦରଲାଣ୍ଡ ବିପକ୍ଷରେ ଶେଷ ଲିଗ୍ ମ୍ୟାଚ ଖେଳିବ ରୋହିତ ସେନା । ଏହି ମ୍ୟାଚରେ ଅଧିନାୟକ ରୋହିତଙ୍କ ପାଖରେ ଇତିହାସ ସୃଷ୍ଟି କରିବାର ସୁଯୋଗ ରହିଛି । ଏକ ବିଶାଳ ରେକର୍ଡର ଦ୍ୱାର ଦେଶରେ ରହିଛନ୍ତି ଭାରତର ଅଧିନାୟକ ରୋହିତ ଶର୍ମା । ଗତ ୨୦ ବର୍ଷ କ୍ରିକେଟ ଇତିହାସର ରେକର୍ଡକୁ ଭାଙ୍ଗିବାରେ ସେ ନୂଆ ଇତିହାସ ସୃଷ୍ଟି କରିପାରନ୍ତି ।

ଚଳିତ ବିଶ୍ୱକପରେ ବର୍ତ୍ତମାନ ସୁଦ୍ଧା ୮ଟି ମ୍ୟାଚରେ ବିଜୟୀ ହୋଇଛି ଟିମ ଇଣ୍ଡିଆ । ଅଷ୍ଟ୍ରେଲିଆ, ପାକିସ୍ତାନ, ନ୍ୟୁଜିଲାଣ୍ଡ ଏବଂ ଦକ୍ଷିଣ ଆଫ୍ରିକା ଭଳି ବଡ଼ ବଡ଼ ଦଳକୁ ମାତ୍ ଦେଇ ପଏଣ୍ଟ ଟେବୁଲର ଶୀର୍ଷରେ ପହଞ୍ଚିଛି ରୋହିତ ସେନା । ତେବେ ଲିଗ୍ ର ଶେଷ ମ୍ୟାଚରେ ଦଳ ନେଦରଲାଣ୍ଡକୁ ଭେଟିବାକୁ ଯାଉଛି । ଏହି ମ୍ୟାଚର ଫଳାଫଳ ଭାରତୀୟ ଦଳ ପାଇଁ କୌଣସି ପ୍ରଭାବ ପକାଇବ ନାହିଁ । ଏହା ସତ୍ତେ୍ୱ ରୋହିତ ସେନା ବିଜୟ ଯାତ୍ରା ଜାରି ରଖିବା ପାଇଁ ଚେଷ୍ଟା କରିବ । ଏହାସହିତ ନେଦରଲାଣ୍ଡ ବିପକ୍ଷରେ ବିଜୟୀ ହେଲେ ଅଧିନାୟକ ରୋହିତ ଶର୍ମା ଏକ ବିଶାଳ ରେକର୍ଡର ଅଧିକାରୀ ହୋଇପାରିବେ । ଏହାସହିତ ୨୦ ବର୍ଷର ରେକର୍ଡକୁ ରୋହିତ ନିଜ ନାମରେ କରିପାରିବେ । ଦିନିକିଆ ବିଶ୍ୱକପ ଇତିହାସରେ ଲଗାତାର ସର୍ବାଧିକ ୯ଟି ମ୍ୟାଚ ବିଜୟୀ ହେବା ତାଲିକାରେ ପ୍ରଥମ ଅଧିନାୟକ ପାଲଟିଯିବେ ଅଧିନାୟକ ରୋହିତ ଶର୍ମା ।

ରୋହିତଙ୍କ ପୂର୍ବରୁ ୨୦ ବର୍ଷ ତଳେ ଏଭଳି ଏକ ରେକର୍ଡ ସୃଷ୍ଟି କରିଛନ୍ତି ବେଙ୍ଗଲ ଟାଇଗର ତଥା ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି । ୨୦୦୩ ବିଶ୍ୱକପରେ ଗାଙ୍ଗୁଲି ଅଧିନାୟକ ଭାବରେ ଲଗାତାର ୮ଟି ମ୍ୟାଚରେ ବିଜୟୀ ହୋଇ ରେକର୍ଡ ସୃଷ୍ଟି କରିଥିଲେ । ତେବେ ଏହାର ୨୦ ବର୍ଷ ପରେ ରୋହିତ ଚଳିତ ବିଶ୍ୱକପରେ ୮ଟି ମ୍ୟାଚରେ ବିଜୟୀ ହୋଇ ସାରିଛନ୍ତି । ତେବେ ନେଦରଲାଣ୍ଡ ବିପକ୍ଷ ମ୍ୟାଚରେ ବିଜୟୀ ହେଲେ ରୋହିତ ବିଶ୍ୱକପରେ ଲଗାତାର ସର୍ବାଧିକ ମ୍ୟାଚ ଜିତିବା ତାଲିକାରେ ସର୍ବଶ୍ରେଷ୍ଠ ଅଧିନାୟକ ହୋଇପାରିବେ । ତେବେ ବିଶ୍ୱକପରେ ସର୍ବାଧିକ ମ୍ୟାଚ ଜିତିବାର ରେକର୍ଡ ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ରିକି ପଣ୍ଟିଂଙ୍କ ନାମରେ ରହିଛି । ୨୦୦୩ ଏବଂ ୨୦୦୭ ଟୁର୍ଣ୍ଣାମେଣ୍ଟ ପଣ୍ଟିଂ ୧୧ଟି ଲେଖାଏଁ ମ୍ୟାଚରେ ବିଜୟୀ ହୋଇଥିଲେ ।

Get real time updates directly on you device, subscribe now.