fbpx

IND vs BAN; ଇତିହାସ ରଚିବେ Captain ରୋହିତ ଶର୍ମା! ସେହୱାଗଙ୍କୁ ପଛରେ ପକାଇ ହେବେ No.1

ନୂଆଦିଲ୍ଲୀ: ଆସନ୍ତା ୧୯ ତାରିଖରୁ ବାଂଲାଦେଶ ବିପକ୍ଷରେ ଟେଷ୍ଟ ସିରିଜ କେଳିବ ଟିମ ଇଣ୍ଡିଆ । ଅଧିନାୟକ ରୋହିତ ଶର୍ମାଙ୍କ ନେତୃତ୍ୱରେ ଭାରତ ବାଂଲାଦେଶ ସେନାକୁ ଭେଟିବ । ଚେନ୍ନାଇରେ ଏହି ସିରିଜର ପ୍ରଥମ ମ୍ୟାଚ୍ ଖେଳାଯିବାକୁ ଥିବା ବେଳେ ଟିମ ଇଣ୍ଡିଆ ଏଥିପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛି । ତେବେ ଏହି ସିରିଜରେ ଅଧିନାୟକ ରୋହିତଙ୍କ ପାଖରେ ଏକ ରେକର୍ଡ ସୃଷ୍ଟି କରିବାର ସୁବର୍ଣ୍ଣ ସୁଯୋଗ ରହିଛି । ଏହି କାରନାମା କରିପାରିଲେ ପୂର୍ବତନ କ୍ରିକେଟର ବିରେନ୍ଦ୍ର ସେହୱାଗଙ୍କୁ ପକାଇ ନମ୍ବର ୱାନ୍ ହୋଇପାରିବେ ହିଟମ୍ୟାନ୍ ରୋହିତ ।

ବାଂଲାଦେଶ ବିପକ୍ଷ ଟେଷ୍ଟ ସିରିଜରେ ରୋହିତ ୫ଟି ଛକା ମାରି ପାରିଲେ, ସେ ଏକ ବିଶାଳ ରେକର୍ଡର ଅଧିକାରୀ ହେବେ । ଏହି ୫ଟି ଛକା ସହ ସେ ଟେଷ୍ଟ କ୍ରିକେଟରେ ସର୍ବାଧିକ ଛକା ମାରିଥିବା ଭାରତୀୟ କ୍ରିକେଟର ହୋଇପାରିବେ । ଏହି ତାଲିକାରେ ରୋହିତ ଭାରତର ପୂର୍ବତନ ଷ୍ଟାର କ୍ରିକେଟର ବିରେନ୍ଦ୍ର ସେହୱାଗଙ୍କୁ ପଛରେ ପକାଇ ଶୀର୍ଷ ସ୍ଥାନ ହାସଲ କରିପାରିବେ । ସେହୱାଗ ନିଜ ଟେଷ୍ଟ କ୍ୟାରିୟରରେ ୧୦୪ ମ୍ୟାଚରୁ ମୋଟ ୯୧ଟି ଛକା ମାରିଛନ୍ତି । କିନ୍ତୁ ରୋହିତ ମାତ୍ର ୫୯ଟି ମ୍ୟାଚରୁ ୮୭ଟି ଛକା ମାରି ତାଲିକାର ଦ୍ୱିତୀୟ ସ୍ଥାନରେ ରହିଛନ୍ତି । ଏହି ତାଲିକାର ତୃତୀୟ ସ୍ଥାନରେ ରହିଛନ୍ତି ଟିମ ଇଣ୍ଡିଆର ପୂର୍ବତନ ଅଧିନାୟକ ଏମ.ଏସ ଧୋନୀ । ଧୋନୀ ନିଜ ଟେଷ୍ଟ କ୍ୟାରିୟରର ୯୦ଟି ମ୍ୟାଚରୁ ୭୮ଟି ଛକା ମାରିବାରେ ସଫଳ ହୋଇଛନ୍ତି ।

ଏହାବ୍ୟତୀତ ରୋହିତ ଯଦି ଏହି ସିରିଜରେ ୧୩ଟି ଛକା ମାରିବାରେ ସଫଳ ହୁଅନ୍ତି, ତେବେ ସେ ଟେଷ୍ଟ କ୍ରିକେଟରେ ୧୦୦ଟି ଛକା ମାରିବାରେ ପ୍ରଥମ ଭାରତୀୟ କ୍ରିକେଟର ହୋଇପାରନ୍ତି । ଅନ୍ତରାଷ୍ଟ୍ରୀୟ କ୍ରିକେଟରେ ସର୍ବାଧିକ ଛକା ମାରିବା ତାଲିକାରେ ଶୀର୍ଷରେ ରହିଛନ୍ତି ହିଟମ୍ୟାନ୍ ରୋହିତ ଶର୍ମା । ବର୍ତ୍ତମାନ ସୁଦ୍ଧା ସେ ମୋଟ ୬୨୦ ଛମକା ମାରି ଏହି ରେକର୍ଡର ଅଧିକାରୀ ହୋଇଛନ୍ତି । ତେବେ ଅନ୍ତରାଷ୍ଟ୍ରୀୟ କ୍ରିକେଟରେ ୬୦୦+ ଛକା ମାରିବା ତାଲିକାରେ ଏକମାତ୍ର ଖେଳାଳି ପାଲଟିଛନ୍ତି ଅଧିନାୟକ ରୋହିତ । ଦିନିକିଆ କ୍ରିକେଟରେ ରୋହିତ ୩୩୧ ଛକା ମାରିଥିବା ବେଳେ ଟି-୨୦ ଫର୍ମାଟରେ ୨୦୫ ଛକା ମାରିବାରେ ସଫଳ ହୋଇଛନ୍ତି । ଦିନିକିଆ କ୍ରିକେଟରେ ସର୍ବାଧିକ ଛକା ମାରିବା ରେକର୍ଡ(ଭାରତୀୟ) ମଧ୍ୟ ରୋହିତ ଶର୍ମାଙ୍କ ନାମରେ ରହିଛି ।

Get real time updates directly on you device, subscribe now.