fbpx

ରାଜଧନୀରେ ନିଷ୍ଠୁର ବ୍ୟକ୍ତିର ବର୍ବର କାଣ୍ଡ, ୫ କୁକୁର ଛୁଆ ଉପରେ ଗାଡ଼ି ଚଢ଼ାଇଦେଲେ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜଧାନୀରେ ପୁଣି ଏକ ଅମାନବୀୟ କାଣ୍ଡ ଘଟିଛି । ଜଣେ କାର୍ ଚାଳକ ଗାଡ଼ି ଚଢ଼ାଇ ୫ଟି କୁକୁର ଛୁଆକୁ ମାରିଦେଇଛନ୍ତି । ଏହାକୁ ନେଇ ସାଧାରଣରେ ପ୍ରତିକ୍ରିୟା ପ୍ରକାଶ ପାଇଛି ଓ ଅଭିଯୁକ୍ତକୁ ଗିରଫ ପାଇଁ ଦାବି ତେଜିଛି ।

ସୂଚନା ଅନୁସାରେ ଲିଙ୍ଗରାଜ ଥାନା ଗୋଶାଣେଶ୍ୱର ଛକରେ ଏଭଳି ବର୍ବର କାଣ୍ଡ ଭିଆଇଛନ୍ତି ଗାଡ଼ି ଚାଳକ । ଏତେବଡ଼ ସଂକଟ କାଳରେ ସବୁ ପ୍ରାଣୀ ବଞ୍ôଚବାକୁ ସଂଘର୍ଷ କରୁଥିବାବେଳେ ଜାଣିଶୁଣି ଏଭଳି କୁକୁର ଛୁଆଗୁଡ଼ିକୁ ମାରିଦେବାକୁ ସାଧାରଣରେ ଲୋକେ ଘୋର ନିନ୍ଦା କରିଛନ୍ତି । ସେବା ହିଁ ସଂକଳ୍ପ ନାମକ ସଂସ୍ଥା ପକ୍ଷରୁ ଏନେଇ ଥାନାରେ ଅଭିଯୋଗ ହେବା ପରେ ପୋଲିସ୍ ଗାଡ଼ିକୁ ଅଟକ ରଖି ତନାଘନା ଚଳାଇଛି । ସୂଚନାଯୋଗ୍ୟ ଯେ କରୋନାର ପ୍ରଥମ ତରଙ୍ଗ କାଳରେ ମଧ୍ୟ ଏଭଳି ଏକ ଘଟଣା ସାମ୍ନାକୁ ଆସିଥିଲା । ରାଜଧାନୀରେ ଗାଡ଼ି ଚଢ଼ି କୁକୁର ମରିବା ଫଳରେ ଥାନାରେ ମାମଲା ହୋଇଥିଲା ଏବଂ ପୋଲିସ୍ କାର୍ଯ୍ୟାନୁଷ୍ଠାନ ନେଇଥିଲା।

Get real time updates directly on you device, subscribe now.