fbpx

କେନାଲକୁ ପଶିଗଲା କାର୍: ୩ ମୃତ

କଟକ,୧୭ ।୧୦(ଓଡିଶା ଭାସ୍କର) : କଟକ ଜିଲ୍ଲା ୧୬ ନମ୍ବର ଜାତୀୟ ରାଜପଥ ତେଲେଙ୍ଗାପେଣ୍ଠ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି । ତେଲେଙ୍ଗାପେଣ୍ଠ ରାସ୍ତାକଡ଼ କେନାଲକୁ ଏକ କାର ଖସି ଯାଇ ୩ ଜଣଙ୍କ ମୃତ୍ୟୁ ହୋଇଛି । ଗତକାଲି ବିଳମ୍ବିତ ରାତିରେ ଦୁର୍ଘଟଣା ହୋଇଥିବା ସୂଚନା ମିଳିଛି । ତେବେ ୩ ମୃତକଙ୍କ ମଧ୍ୟରୁ ୨ ମୃତକ ହେଲେ ଗୌତମ ଦାସ ଓ ଅଙ୍କୁର ପ୍ରଧାନ । ସମ୍ବଲପୁରର ପୂର୍ବତନ ସାଂସଦ ଅମର ପ୍ରଧାନଙ୍କ ପୁଅ ଅଙ୍କୁର ବୋଲି ଜଣାପଡିଛି ।ହେଲେ ଅନ୍ୟ ଜଣକ ମୃତକଙ୍କ ନାମ ଜଣା ପଡ଼ିନାହିଁ।
ତେବେ କଟକରୁ ଭୁବନେଶ୍ୱର ଯାଉଥିଲେ ଜଗତପୁରର ୩ ଜଣ ଯୁବକ । ଘଟଣାସ୍ଥଳରେ ସଦର ଥାନା ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରିଛି ।

Get real time updates directly on you device, subscribe now.