fbpx

ବଡ଼ ଦୁର୍ଘଟଣା: ନଦୀରେ ଖସି ପଡିଲା କାର, ୩ ଯୁବକ ମୃତ, ୨ ଆହତ

ଶିମଲା: ହିମାଚଳ ପ୍ରଦେଶର ରାଜଧାନୀ ଶିମଲାରେ ଏକ ବଡ଼ ଧରଣର ଦୁର୍ଘଟଣା ଘଟିବା ସାମ୍ନାକୁ ଆସିଛି। ଏଠାରେ ଥିବା ପାବର ନଦୀରେ ଏକ କାର ଖସିପଡିଥିବା ବେଳେ ୩ ଜଣ ଯୁବକଙ୍କର ମୃତ୍ୟୁ ଘଟିଥିବା ବେଳେ ୨ ଜଣ ଆହତ ହୋଇଛନ୍ତି। ସମସ୍ତ ଯୁବକ ବିବାହ ଉତ୍ସବରୁ ଫେରୁଥିଲେ। ଏପର୍ଯ୍ୟନ୍ତ ଦୁର୍ଘଟଣାର କାରଣ ଜଣାପଡି ନାହିଁ। ପୋଲିସ ଘଟଣାର ତଦନ୍ତ କରୁଛି।

ଶିମଲା ପୋଲିସ ତରଫରୁ ମିଳିଥିବା ସୂଚନା ଅନୁଯାୟୀ, ଏହି ଦୁର୍ଘଟଣା ଶିମଲା ଠାରୁ ୧୦୦ କିଲୋମିଟର ଦୂରରେ ଥିବା ରୋହରୁ-ଚିଡଗାଓଁ ରାସ୍ତାରେ ଘଟିଛି। ଆହତମାନଙ୍କୁ ନିକଟସ୍ଥ ରୋହରୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। କାରରେ ଥିବା ଯୁବକମାନେ ବିବାହ ଉତ୍ସବ ପାଇଁ ରାମପୁରରୁ ଜଙ୍ଗଲା ଫେରୁଥିଲେ।

ଶିମଲା ପୋଲିସ କହିଛି ଯେ, ରାତି ୧.୧୫ ସମୟରେ ପୋଲିସକୁ ପୋଷ୍ଟ ଜଙ୍ଗଲରୁ ଦୁର୍ଘଟଣା ସମ୍ପର୍କରେ ସୂଚନା ଦିଆଯାଇଥିଲା ଯେ, ଏକ ଆଲ୍ଟୋ କାର ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା। କାର ଚାଳକମାନେ ବିବାହ ଉତ୍ସବ ପାଇଁ ରାମପୁରରୁ ଜଙ୍ଗଲା ପୋଲିସ ଷ୍ଟେସନକୁ ଯାଉଥିଲେ। ଏହି ଘଟଣାରେ ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣ ଆହତ ହୋଇଛନ୍ତି।

Get real time updates directly on you device, subscribe now.