fbpx

ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ କରିବା ନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ଦଇତାପତି ନିଯୋଗର ଚିଠି

ପୁରୀ, ୪ା୫(ଓଡ଼ିଶା ଭାସ୍କର): କରୋନା ସ୍ଥିତିକୁ ନେଇ ଦେଶ ଓ ରାଜ୍ୟ ଲକ ଡାଉନ ରହିଛି । କିନ୍ତୁ ଏହି ପରିସ୍ଥିତିରେ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ କି ନାହିଁ ସେନେଇ ସମସ୍ତେ ଦ୍ୱନ୍ଦ୍ୱରେ ରହିଛନ୍ତି । ଏହାରି ମଧ୍ୟରେ ଆଜି ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ କରିବା ନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ଦଇତାପତି ନିଯୋଗ ଚିଠି ଲେଖିଛି । ପୁରୀ ଗ୍ରୀନ ଜୋନ ଘୋଷଣା ହୋଇଥିବାରୁ ରଥ ନିର୍ମାଣ କାର୍ଯ୍ୟ ହେଉ ବୋଲି ଦଇତାପତି ନିଯୋଗ ଚିଠିରେ ଉଲ୍ଲେଖ କରିଛି । ଏହାସହ ଆଜିର ପରିଚାଳନା କମିଟିରେ ଏହି ପ୍ରସଙ୍ଗ ଉଠାଇବାକୁ ନିଯୋଗ ଦାବି କରିଛି । ଉଲ୍ଲେଖଯୋଗ୍ୟ ଯେ ଅପରାହ୍ନରେ ଆଜି ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ବସୁଛି ।

Get real time updates directly on you device, subscribe now.