fbpx

ରଥ ନିର୍ମାଣ ପ୍ରସଙ୍ଗ, କେନ୍ଦ୍ରଠୁ ଅନୁମତି ମାଗିଲା ରାଜ୍ୟ

ପୁରୀ, ୬ା୫(ଓଡ଼ିଶା ଭାସ୍କର): ମହାପ୍ରଭୁଙ୍କ ରଥ ନିର୍ମାଣରେ ବିଳମ୍ବ ହୋଇଛି । ଆଜି ଏହି ପ୍ରସଙ୍ଗରେ କେନ୍ଦ୍ରଠାରୁ ଅନୁମତି ମାଗିଛି ରାଜ୍ୟ । ଏହାସହ ଏହି ରଥଯାତ୍ରା ନିର୍ମାଣ ପ୍ରସଙ୍ଗରେ ନନ୍ଦିଘୋଷ ମୁଖ୍ୟ ମହାରଣା ବିଜୟ ମହାପାତ୍ର ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ରଥ ନିର୍ମାଣ ସମ୍ଭବ ନୁହେଁ । ଏଯାଏ ସରକାର ତାଙ୍କ ନୀତି ସ୍ପଷ୍ଟ କରୁନାହାନ୍ତି । ମେ ୧୫ରେ ଅଖ ଚକ ଡେରା ନୀତି ହୋଇଥାନ୍ତା । ଅନୁମତି ନ ଆସିବାରୁ ଏବେ ରଥ ନିର୍ମାଣ ସମ୍ଭବ ନୁହେଁ । ଏହାସହ ସେ କହିଛନ୍ତି ଯେ ରଥଯାତ୍ରା ନିଷ୍ପତ୍ତି ରାଜ୍ୟ ସରକାରଙ୍କ । ଏଥିରେ କେନ୍ଦ୍ରର ବିଶେଷ କିଛି ଭୂମିକା ନାହିଁ । ନିଷ୍ପତ୍ତି ନେବା ପରେ କେନ୍ଦ୍ରଠୁ ସାହାଯ୍ୟ ଲୋଡ଼ି ପାରନ୍ତି । ସରକାର ଶୀଘ୍ର ସ୍ପଷ୍ଟ ନିଷ୍ପତ୍ତିି ନେବା ଦରକାର । ବିଳମ୍ବ ହେଲେ ନୀତିକାନ୍ତିରେ ବିଭ୍ରାଟ ହେବ ବୋଲି ବିଜୟ କହିଛନ୍ତି ।
ସେହିପରି ସରକାର ତୁରନ୍ତ ରଥ ନିର୍ମାଣ ନିଷ୍ପତ୍ତି ନିଅନ୍ତୁ ବୋଲି କହିଛନ୍ତି ପିସିସ ସଭାପତି ନିରଞ୍ଜନ ପଟ୍ଟନାୟକ । ଏହାସହ ସେ କହିଛନ୍ତି ଯେ ସମସ୍ତଙ୍କ ସହ ଆଲୋଚନା କରି ଯାହା ନିଷ୍ପତ୍ତି ନିଆଯିବ ତାହା ଗ୍ରହଣୀୟ ହେବ । ଏହି ପ୍ରସଙ୍ଗକୁ ନେଇ ଅଧିକ ବିବାଦ ନକରି ତୁରନ୍ତ ନିଷ୍ପତ୍ତି ନିଆଯାଉ ।

Get real time updates directly on you device, subscribe now.