fbpx

ଟ୍ରକକୁ ଧକ୍କା ଦେଲା କାର, ଘଟଣାସ୍ଥଳରେ ପ୍ରାଣ ହରାଇଲେ ଦମ୍ପତ୍ତି, ୩ ଗୁରୁତର

Advertisement

ଯାଜପୁର: ଯାଜପୁର ୧୬ ନମ୍ବର ଜାତୀୟ ରାଜପଥ ପାଣିକୋଇଲି ଛକ ପେଟ୍ରୋଲ ପମ୍ପ ନିକଟରେ ଘଟିଯାଇଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଏକ ଟ୍ରକକୁ କାରଟି ଧକ୍କା ଦେବା ଫଳରେ ଘଟଣାସ୍ଥଳରେ ୨ ଜଣଙ୍କ ମୃତ୍ୟୁ ହୋଇଯାଇଥିବା ବେଳେ ୩ ଜଣ ଆହତ ଥିବା ଜଣାପଡ଼ିଛି । ତେବେ ୩ ଜଣ ଆହତଙ୍କ ମଧ୍ୟରୁ ୨ ଜଣୁ ଗୁରୁତର ଥିବାରୁ ସେମାନଙ୍କୁ ତୁରନ୍ତ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । ଏହି ମାମଲାରେ ପୋଲିସର ଅଧିକ ତଦନ୍ତ ଜାରି ରହିଛି ।

Get real time updates directly on you device, subscribe now.