fbpx

ଘଟଣା ବଡ଼ ଅଜବ! ହେଲମେଟ୍ ପିନ୍ଧି ନଥିବାରୁ ଫାଇନ୍ ଗଣିଲେ କାର୍ ଚାଳକ

ନୂଆଦିଲ୍ଲୀ: ଅନେକ ସମୟରେ କିଛି ସରକାରୀ କର୍ମଚାରୀଙ୍କ ସାମାନ୍ୟ ଭୁଲ୍ ପାଇଁ ସାରା ରାଜ୍ୟ ସମାଲୋଚନାର ଶିକାର ହୋଇଥାଏ । ଏପରିକି ଅନେକ ସମୟରେ କିଛି ଲୋକ ଭୁଲ୍ ନକରି ମଧ୍ୟ ଦଣ୍ଡ ପାଇଥିବାର ଉଦାହରଣ ଦେଖିବାକୁ ମିଳିଛି । ତେବେ ଏହା ମଧ୍ୟରେ ଟ୍ରାଫିକ ଚାଲାଣ ସହ ଜଡ଼ିତ ଏକ ଅଜବ ମାମଲା ସାମ୍ନାକୁ ଆସିଛି । ସାଧାରଣ ଭାବେ ହେଲମେଟ ନ ପିନ୍ଧିଲେ, ରଙ୍ଗ ସାଇଡରେ ଗାଡ଼ି ଡ୍ରାଇଭ୍ କଲେ, ଟ୍ରାଫିକ୍ ନିୟମ ନ ମାନିଲେ ଚାଲାଣ କଟିଥାଏ । ମାତ୍ର ଜଣେ ବ୍ୟକ୍ତି ଯେଉଁ କାରଣରୁ ଫାଇନ୍ ଗଣିଛନ୍ତି ସେକଥା ଶୁଣିଲେ ଯେ କେହି ବି ମୁଣ୍ଡରେ ହାତ ଦେବେ ।

ଖବର ମୁତାବକ, ହେଲମେଟ୍ ପିନ୍ଧିନଥିବାରୁ ଜଣେ ଜଣେ କାର ଚାଳକଙ୍କୁ ୧ ହଜାର ଟଙ୍କାର ଜରିମାନା କରାଯାଇଛି । ଉତ୍ତରପ୍ରଦେଶର ଗୌତମ ବୁଦ୍ଧ ନଗର ଜିଲ୍ଲାରେ ଘଟିଛି ଏଭଳି ଏକ ଅଜବ ଘଟଣା । ନୋଏଡ଼ାଠାରୁ ପାଖାପାଖି ୨୦୦ କିମି ଦୂର ରାମପୁର ଜିଲ୍ଲାରେ ରହୁଥିବା ଜଣେ ବ୍ୟକ୍ତିଙ୍କ ମୋବାଇଲକୁ କିଛିଦିନ ତଳେ ଏକ ମେସେଜ୍ ଆସିଥିଲା । ଟ୍ରାଫିକ୍ ପୋଲିସ ତରଫରୁ ଉକ୍ତ ମେସେଜ୍ ଆସିଥିବା ବେଳେ ହେଲମେଟ୍ ନ ପିନ୍ଧି ଗାଡ଼ି ଚଳାଉଥିବାରୁ ତାଙ୍କର ଚାଲାଣ କଟିଥିବା ଉକ୍ତ ବାର୍ତ୍ତାରେ ଉଲ୍ଲେଖ ରହିଥିଲା ।

ତେବେ ଉକ୍ତ ବ୍ୟକ୍ତିଜଣଙ୍କ ପେଶାରେ ଜଣେ ସାମ୍ବାଦିକ ହୋଇଥିବା ବେଳେ ସେ ସର୍ବଦା କାର୍ ବ୍ୟବହାର କରିଥାନ୍ତି । ଦୁଇ ଚକିଆ ଯାନ ଚଳାଉନଥିବା ବେଳେ ତାଙ୍କ ନିକଟକୁ ଉକ୍ତ ଚାଲାଣ କେମିତି ଆସିଲା ସେନେଇ ସେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ତେବେ ଟ୍ରାଫିକ୍ ବିଭାଗ ପକ୍ଷରୁ ଭୁଲରେ ଏଭଳି ମେସେଜ୍ ଆସିଥିବ ଭାବି ସେ ଚୁପ୍ ରହିଯାଇଥିଲେ । ମାତ୍ର ପରେ ତାଙ୍କ ମୋବାଇଲକୁ ବାରମ୍ବାର ଏଭଳି ମେସେଜ୍ ସବୁ ଆସିଥିଲା । ଏହାପରେ ସେ ଟ୍ରାଫିକ ଥାନାକୁ ଯାଇ ସେ ଦୁଇଚକିଆ ଯାନ ଚଳାଉଥିବା ବିଷୟରେ କହିଥିଲେ । ମାତ୍ର ତାଙ୍କର କଥା କେହି କର୍ଣ୍ଣପାତ କରିନଥିଲେ ।

Get real time updates directly on you device, subscribe now.