fbpx
BSKY
BJD SHG SKY
BJD YOUTH SKY

କାର ପାଇଁ କରିଦେଲେ ହତ୍ୟା: ବିବାହର ଦେଢ ମାସ ପରେ ନବବିବାହିତାଙ୍କୁ ମାରି ଶାଶୁଘର ଲୋକେ ଫେରାର

ବିହାର: ବିହାରର ହାଜୀପୁର ଅଞ୍ଚଳରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା । ବିବାହର ମାତ୍ର ଦେଢ ମାସ ପରେ ଜଣେ ନବବିବାହିତାଙ୍କ ହତ୍ୟା କରି ଶାଶୁଘର ଲୋକେ ଫେରାର ହୋଇଯାଇଛନ୍ତି । ତେବେ ହତ୍ୟାର କାରଣ ଯୌତୁକ ବୋଲି ଅଭଯୋଗ ହୋଇଛି । ଗୋଟଏ କାର ପାଇଁ ତାଙ୍କୁ ବାରମ୍ବାର ମାଡ ମାରିବା ସହିତ ଶେଷରେ ଜୀବନରୁ ମାରି ଦେଇଥିବା ଜଣାପଡିଛି ।

ସୂଚନା ଅନୁସାରେ, ଗତ ଫେବୃୟାରୀ ୧୦ ତାରିଖରେ ନିଧି କୁମାରୀଙ୍କ ବିବାହ ସରାୟ ଥାନା ଶମ୍ଭୁପୁରର ରଣବୀର ସିଂହଙ୍କ ସହିତ ହୋଇଥିଲା । ଯୌତୁକରେ ୫ ଲକ୍ଷ ନଗଦ ଟଙ୍କା, ୨ ଲକ୍ଷ ଟଙ୍କାର ସୁନାଗହଣା ସହିତ ୯୪ ହଜାର ଟଙ୍କାର ଏକ ବାଇକ ଏବଂ ଅଢେଇ ଲକ୍ଷ ଟଙ୍କାର ଗୃହକରଣ ସାମଗ୍ରୀ ଦେଇଥିଲେ ବାପା ବବନ ସିଂହ । କିନ୍ତୁ ଏତିକିରେ ଶାଶୁଘର ଲୋକଙ୍କର ମନ ପୂରି ନଥିଲା । ନିଧିଙ୍କୁ ଯୌତୁକରେ କାର ଆରିବା ପାଇଁ ମାରପିଟ କରିବା ସହ ନିର୍ଯାତନା ଦେଉଥିଲେ ଶାଶୁଘର ଲୋକେ । ତେବେ ସୋମବାର ସନ୍ଧ୍ୟାରେ ବବନ ସିଂହଙ୍କୁ ଏକ ଫୋନ ଆସିଲା ଏବଂ ତାଙ୍କ ଝିଅ ଫାଶି ଲଗାଇ ଆତ୍ମହତ୍ୟା କରିଥିବା ନେଇ ସେ ଖବର ପାଇଥିଲେ । ଶାଶୁ ଘରେ ଯାଇ ପହଞ୍ଚି ଦେଖିଲେ ଯେ, ମୃତ ମହିଳାଙ୍କ ବେକରେ ଗଭୀର ଚିହ୍ନ ଥିବା ବାପା ଦେଖିଥିଲେ । କିନ୍ତୁ ଝିଅର ଶାଶୁଘର ଲୋକେ କେହି ବି ଘଟଣାସ୍ଥଳରେ ଉପସ୍ଥିତ ନଥିଲେ ।

ତେବେ ଖବର ପାଇ ସେଠାରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି ସରାୟ ଥାନା ପୋଲିସ । ଝିଅଙ୍କ ମୃତ୍ୟୁ ପରେ ବାପଘରେ ଶୋକର ଛାୟା ଖେଳିଯାଇଛି । ସେପଟେ ଶାଶୁଗର ଲୋକଙ୍କ ଉପରେ ଝିଅର ହତ୍ୟା ଅଭିଯୋଗ କରିଛନ୍ତି ବାପା ବବନ ସିଂହ । ତେବେ ପୋଲିସ ଅଭିଯୋଗ ଆଧାରରେ ତଦନ୍ତ ଜାରି ରଖିବା ସହ ଅଭିଯୁକ୍ତଙ୍କୁ ଖୋଜିବା ପ୍ରକ୍ରିୟା ଜାରି ରକିଛି ବୋଲି କହିଛନ୍ତି ସରାୟ ଥାନା ଅଧ୍ୟକ୍ଷ ।

Get real time updates directly on you device, subscribe now.