fbpx
BJD
BJD SKY
BJD SKY

ରୁଷ ସହ ଉର୍ଜା ଏବଂ ଅନ୍ୟ ସାମଗ୍ରୀ ଆମଦାନୀ କରିବା ଆପଣଙ୍କ ହିତରେ ନୁହେଁ, ଭାରତକୁ ଚେତାଇଲା ଆମେରିକା

BJD

ନୂଆଦିଲ୍ଲୀ: ୟୁକ୍ରେନ ଉପରେ ଆକ୍ରମଣ ପରେ ଆମେରିକା ସମେତ ପାଶ୍ଚାତ୍ୟ ଦେଶଗୁଡିକ ରୁଷ ଉପରେ ଅନେକ କଟକଣା ଲଗାଇଛନ୍ତି। ରୁଷଠୁ ଅଶୋଧିତ ତୈଳ ଦର ଏବଂ ଅନ୍ୟ ସାମଗ୍ରୀର ଆମଦାନୀ ଏବଂ ରପ୍ତାନୀ ଉପରେ ରୋକ୍ ଲଗାଯାଇଛି। ଭାରତ ରୁଷଠୁ ଅଶୋଧିତ ତୈଳ ଦର ଏବଂ ଅନ୍ୟ ସାମଗ୍ରୀ ଆମଦନୀ କରୁଛି। ଏହାକୁ ନେଇ ଏବେ ପ୍ରତିକ୍ରିୟାଶୀଳ ହୋଇ ଉଠିଛି ଆମେରିକା। ହ୍ବାଇଟ୍ ହାଉସ ସୋମବାର ଜାରି ବୟାନରେ କହିଛି, ରୁଷଠୁ ଉର୍ଜା ଏବଂ ଅନ୍ୟ ସାମଗ୍ରୀ ଆମଦାନୀରେ ବୃଦ୍ଧି ଘଟିବା ଭାରତର ହିତରେ ନୁହେଁ। ଏଥିସହ ଆମେରିକା ଭାରତକୁ ମସ୍କୋ ଉପରେ ନିଜର ନିର୍ଭରତା କମ କରିବା ଏବଂ ସାହାଯ୍ୟ ପାଇଁ ୟୁଏସ ସହ କାମ କରିବାକୁ ପ୍ରସ୍ତାବ ଦେଇଛି।

ଗତ ସପ୍ତାହରେ ଭାରତୀୟ-ଆମେରିକୀୟ ପରାମର୍ଶଦାତା ଦଲୀପ ସିଂହ ନିଜର ନୂଆଦିଲ୍ଲୀ ଗସ୍ତରେ ଭାରତର ଏମିତି ଆଭିମୁଖ୍ୟକୁ ନାପସନ୍ଦ କରିଥିଲେ। ଚୀନ ସହ ଯୁଦ୍ଧ ହେଲେ ରୁଷ ଭାରତକୁ ବଞ୍ଚେଇବାକୁ ଆସିବ ନାହିଁ। ଆମେରିକା ଭାରତ ସହିତ ଛିଡା ହେବ ବୋଲି ସେ କହିଥିଲେ।
ହ୍ଵାଇଟ୍ ହାଉସର ପ୍ରେସ ସଚିବ ସାକି କହିଛନ୍ତି, ରୁଷ ପ୍ରତି ଆମେରିକା ଲଗାଇଥିବା କଟକଣାକୁ ଅନ୍ୟ ଦେଶ ପାଳନ କରିବା ଉଚିତ୍। ରୁଷଠୁ ଉର୍ଜା ଏବଂ ଅନ୍ୟ ସାମଗ୍ରୀର ଆମଦାନୀ ବଢାଇବା ଭାରତର ହିତରେ ନୁହେଁ ବୋଲି ସାକି କହିଛନ୍ତି। ଏଥିସହ ଆମେରିକା ସ୍ପଷ୍ଟ କରିଛି ଯେ, ରୁଷ ଉର୍ଜା ପାଇଁ ନୂଆଦିଲ୍ଲୀ ସହ କୌଣସି କଟକଣା ଲଗାଯିବ ନାହିଁ।

Get real time updates directly on you device, subscribe now.