fbpx

ମହଙ୍ଗା ପଡିଲା ଶ୍ରୀମନ୍ଦିର ରୋଷଘର ଚୁଲି ଭାଙ୍ଗିବା : ଧରାପଡିଲା ଘଟଣାରେ ସମ୍ପୃକ୍ତ ଯୁବକ

ପୁରୀ: ଶ୍ରୀମନ୍ଦିର ରୋଷଘର ଚୁଲି ଭାଙ୍ଗିବା ଘଟଣାରେ ଜଣେ ଯୁବକକୁ ଧରାଯାଇଛି । ସିସିଟିଭି ଫୁଟେଜ ଆଧାରରେ ଯୁବକକୁ ଗିରଫ କରିଛି ପୋଲିସ । ସନ୍ଦିଗ୍ଧ ଯୁବକକୁ ଅଟକ ରଖାଯାଇଥିବା ନେଇ ସୂଚନା ଦେଇଛନ୍ତି ପୁରୀ ଏସପି । ଚୁଲିଭଙ୍ଗା ଘଟରାରେ ସମ୍ପୃକ୍ତ ଯୁବକକୁ ପୁରୀ-ଖୋର୍ଦ୍ଧା ସୀମାରୁ ପୋଲିସ ଧରିଥିବା ସୂଚନା ମିଳିଛି । ଧରା ପଡିବା ପରେ ପୋଲିସ ଯୁବକକୁ ଘଟଣା ସମ୍ବନ୍ଧରେ ପଚରାଉଚରା ଜାରି ରଖିଛି ।

ସୂଚନା ଯୋଗ୍ୟ, ଶ୍ରୀମନ୍ଦିର ରୋଷଘରର ପ୍ରାୟ ୮୦ରୁ ଅଦିକ ଚୁଲି ଭଙ୍ଗା ଘଟଣାରେ ବିବାଦ ତେଜୁଥିବା ବେଳେ ସୋମବାର ପୋଲିସ ଡିଜି ଏବଂ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ମନ୍ଦିର ପରିଦର୍ଶନ କରିଥିଲେ ଏବଂ ସିସିଟିଭି ଫୁଟେଜ ଆଧାରରେ ସନ୍ଦିଗ୍ଧକୁ ଗିରଫ କରାଯିବା ନେଇ ସୂଚନା ଦେଇଥିଲେ ।

ସୋମବାର ଏହି ଘଟଣାକୁ ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସିଂହଦ୍ୱାର ଥାନାରେ ଏତଲା ଦିଆଯିବା ସହ ଘଟଣାର ତଦନ୍ତ ପାଇଁ ୫ ଜଣିଆ ଟିମ୍ ଗଠନ କରାଯାଇଥିଲା । ୪୨୭ ଆଇପିସି, ୨୯୫ ଏ, ସେକ୍ସନ ୩୦(ଏ)(ବି) ଏସଜେଟିଏ ଆକ୍ଟରେ ମାମଲା ଦାୟର ହୋଇଛି ।

Get real time updates directly on you device, subscribe now.