fbpx
BSKY SKY
BSKY SKY

ମା’ କଳସୀ ଗୁଡ଼ିଙ୍କ ମଣ୍ଡେଇ ଯାତ୍ରା ଆରମ୍ଭ: ଆଠ ଦିନ ଧରି କରିବେ ସାହି ପରିକ୍ରମା

BSKY

ନବରଙ୍ଗପୁର: ରାଇଘର ବ୍ଲକ କଳସୀ ଗୁଡ଼ି ଠାକୁରାଣୀଙ୍କ ଯାତ୍ରା ମଙ୍ଗଳବାର ଠାରୁ ଆରମ୍ଭ ହୋଇଛି । ଏହି ଅବସରରେ କଳସ ସ୍ଥାପନା ସହ କଳସୀ ମା’ ଠାକୁରାଣୀ ଆଠ ଦିନ ଧରି ସାହିସାହି ଗ୍ରାମ ପରିକ୍ରମା କରି ପୂଜା ପାଇବେ। ଆଜି ଅର୍ଥାତ୍ ପାଞ୍ଚ ତାରିଖ ଚୈତ୍ର ମାସ ଶୁକ୍ଳ ଚତୁର୍ଥୀ ଠାରୁ ଆରମ୍ଭ ହୋଇ ଆସନ୍ତା ମଙ୍ଗଳବାର ଶୁକ୍ଳ ଏକାଦଶୀ ପର୍ଯ୍ୟନ୍ତ ଗ୍ରାମ ପରିକର୍ମା ପରେ ନିଜ ସ୍ଥାନ କୁ ଫେରି ଯିବା ସହ ସେଠାରେ ଥିବା ମାଙ୍କ ପଡିଆରେ ମଣ୍ଡେଇ ଯାତ୍ରା ହୋଇଥାଏ।

ପ୍ରକାଶ ଥାଉ କି ମାଙ୍କ ର ଏହି ମଣ୍ଡେଇ ଯାତ୍ରା ଆଦିମ କାଳରୁ ମା’ଙ୍କ ରୀତିନୀତି ଅନୁଯାୟୀ ପାଳିତ ହୋଇଆସୁଥିଲା। କିନ୍ତୁ କରୋନା ମହାମାରୀ କାରଣରୁ ଦୀର୍ଘ 2ବର୍ଷ ହେବ ଯାତ୍ରା ବନ୍ଦ ରହିଥିଲା । ଏହିବର୍ଷ କୋରୋନା ର ସୁଧାର ଆସିବା ପରେ ସାଢପାଲି ର ଗ୍ରାମ ମୁଖ୍ୟ ଓ ସ୍ଥାନୀୟ ଯୁବକ ସଂଘ ଏକଜୁଟ ହୋଇ ଏହି ବର୍ଷ ମଣ୍ଡେଇ କରିବା ନିମନ୍ତେ ନିଷ୍ପତ୍ତି ନେଇଥିଲେ । ଯାହା ଫଳରେ ସ୍ଥାନୀୟ ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି । ମଣ୍ଡେଇ ଯାତ୍ରା ଦିନ ମଣ୍ଡେଇ ପଡିଆ ଠାରେ ବିଭିନ୍ନ ପ୍ରକାରର ଦୋକାନ ବଜାର ସାଙ୍ଗକୁ ରାମଦୋଳି ସର୍କସ, ମିନାବଜର ଆଦି ଆସିଥାଏ। ବିଭିନ୍ନ ପ୍ରାନ୍ତରୁ ବାହୁ ଲୋକ ମଣ୍ଡେଇ ଦେଖିବାକୁ ଆସିଥାନ୍ତି। ଚଳିତ ବର୍ଷ ଆଡମ୍ବର ସହକାରେ ଏହି ମଣ୍ଡେଇ ପାଳନ କରିବାକୁ ମଣ୍ଡେଇ କମିଟି ନିଷ୍ପତ୍ତି ନେଇଥିବା ଜଣାଯାଇଛି ।

Get real time updates directly on you device, subscribe now.