fbpx

୨୦୨୩ ଜାନୁଆରୀରୁ ବଢ଼ିବ କାର ଦାମ୍: କେଉଁ କମ୍ପାନୀ କେତେ ବଢ଼ାଇବ, ଦେଖନ୍ତୁ ୯ଟି କମ୍ପାନୀର ପ୍ରାଇସ୍ ହାଇକ୍ ଲିଷ୍ଟ

ନୂଆଦିଲ୍ଲୀ: ଆସନ୍ତା ୨୦୨୩ ମସିହା ଜାନୁଆରୀ ମାସରେ କାର ମୂଲ୍ୟ ବୃଦ୍ଧି ପାଇବ । ଏହା ଗ୍ରାହକଙ୍କ ପାଇଁ ନିଶ୍ଚିତ ଭାବେ ଏକ ନିରାଶାଜନକ ଖବର । ବିଭିନ୍ନ କମ୍ପାନୀମାନେ ସେମାନଙ୍କର କାର୍ ମଡେଲର ମୂଲ୍ୟ ବୃଦ୍ଧି କରିବେ । ଇନପୁଟ କଷ୍ଟ ବୃଦ୍ଧି ଏଥିପାଇଁ ହିଁ ମୁଖ୍ୟ କାରଣ । ତେବେ ଏହାଛଡ଼ା ଆସନ୍ତା ବର୍ଷ ଏପ୍ରିଲ ମାସରୁ ଉତ୍ସର୍ଜନ ନିୟମ କଡ଼ାକଡ଼ି ଭାବେ ଲାଗୁ ହେବାକୁ ଯାଉଛି । ତେଣୁ କାର୍ କମ୍ପାନୀମାନେ ଏହି ନିଷ୍ପତ୍ତି ନେଇଛନ୍ତି ।

୧- ହୋଣ୍ଡା: ଏହି ଜାପାନୀ କାର ନିର୍ମାତା କମ୍ପାନୀ ଏହାର ଯାନର ଦାମ୍ ପାଖାପାଖି ୩୦ ହଜାର ଟଙ୍କା ପର୍ଯ୍ୟନ୍ତ ବଢ଼ାଇବ ।

୨- ହ୍ୟୁଣ୍ଡାଇ ଇଣ୍ଡିଆ: କମ୍ପାନୀର ସମସ୍ତ ମଡେଲର ଦାମ୍ ବୃଦ୍ଧି ହେବ ଓ ଏହା ଆସନ୍ତା ଜାନୁଆରୀରୁ ଲାଗୁ ହେବ ।

୩- ଜିପ ଇଣ୍ଡିଆ: ଜିପ ଏସୟୁଭିର ସମସ୍ତ ମଡେଲର ମୂଲ୍ୟ ୨-୪ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି ହେବ ।

୪- ମାରୁତି ସୁଜୁକି: ମୂଲ୍ୟ ବୃଦ୍ଧି ଚାପ ଓ ରେଗୁଲେଟୋରୀ ଆବଶ୍ୟକତା କାରଣରୁ କମ୍ପାନୀ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି ।

୫- ଟାଟା ମୋଟର୍ସ: କମ୍ପାନୀ ପକ୍ଷରୁ ଅଫର କରାଯାଉଥିବା ଆଇସିଇ ଓ ଇଭି ମଡେଲର ମୂଲ୍ୟ ବୃଦ୍ଧି ହେବ ।

୬- କିଆ ଇଣ୍ଡିଆ: ଜାନୁଆରୀ ମାସରୁ କିଆ ଯାନଗୁଡ଼ିର ମୂଲ୍ୟ ପାଖାପାଖି ୫୦ ହଜାର ଟଙ୍କା ମହଙ୍ଗା ହେବ ।

୭- ମର୍ସିଡିସ-ବେଞ୍ଚ: ଏହି ବିଳାସପୂର୍ଣ୍ଣ କାର କମ୍ପାନୀ ୫% ପ୍ରତିଶତ ପର୍ଯ୍ୟନ୍ତ ଦାମ୍ ବୃଦ୍ଧି କରିବ ।

୮- ଏମଜି ମୋଟର: କମ୍ପାନୀ ଏହାର ଏସୟୁଭିର ଦାମ୍ ୯୦ ହଜାର ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରିବ ।

୯- ଅଡି ଇଣ୍ଡିଆ: କମ୍ପାନୀ ଆସନ୍ତା ଜାନୁଆରୀ ମାସରୁ କାରର ମୂଲ୍ୟ ୧.୭ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି କରିବ ।

Get real time updates directly on you device, subscribe now.