fbpx
BSKY
BJD SHG SKY
BJD YOUTH SKY

ଅନ୍ତର୍ଜାତୀୟ ବାଣିଜ୍ୟ ପାଇଁ ଶ୍ରୀଲଙ୍କା ବ୍ୟବହାର କରିବ ଭାରତୀୟ ଟଙ୍କା: Foreign Media

ନୂଆଦିଲ୍ଲୀ: ଭାରତ ଓ ଶ୍ରୀଲଙ୍କାକୁ ନେଇ ନୂଆ ତଥ୍ୟ ସାମ୍ନାକୁ ଆସିଛି । ଭାରତୀୟ ବ୍ୟାଙ୍କ ପକ୍ଷରୁ ପଡ଼ୋଶୀ ରାଷ୍ଟ୍ରରେ ସ୍ୱତନ୍ତ୍ର ରୁପି ଟ୍ରେଡିଂ ଆକାଉଣ୍ଟ ଖୋଲାଯିବ, ଯାହାକୁ କି ଭୋଷ୍ଟ୍ରୋ ଆକାଉଣ୍ଟ କୁହାଯାଇଥାଏ । ଭାରତୀୟ ରୁପି (ଆଇଏନଆର)କୁ ଶ୍ରୀଲଙ୍କା ବୈଦେଶିକ ମୁଦ୍ରା ଭାବେ ବ୍ୟବହାର କରିବା ପାଇଁ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ)ର ଅନୁମୋଦନ ଅପେକ୍ଷାରେ ରହିଥିବା ଶ୍ରୀଲଙ୍କାର କେନ୍ଦ୍ରୀୟ ବ୍ୟାଙ୍କ ପକ୍ଷରୁ କୁହାଯାଇଛି । ତେବେ ବିଦେଶୀ ମିଡ଼ିଆରୁ ଏ ବାବଦରେ ରିପୋର୍ଟ ହସ୍ତଗତ ହୋଇଥିବା ଜଣାପଡ଼ିଛି ।

ଆଞ୍ଚଳିକ ସହଯୋଗ ପାଇଁ ଦକ୍ଷିଣ ଏସୀୟ ସଂଘ (ସାର୍କ) ଅଞ୍ଚଳରେ ବାଣିଜ୍ୟ ଓ ପର୍ଯ୍ୟଟନ ସୁବିଧା ଓ ପ୍ରୋତ୍ସାହନ ଯୋଗାଇଦେବା ପାଇଁ ଶ୍ରୀଲଙ୍କା ଆରବିଆଇକୁ ଅନୁରୋଧ କରିଛି । ଏହାର ଅର୍ଥ ହେଉଛି, ଏଣିକି ଶ୍ରୀଲଙ୍କାର ନାଗରିକମାନେ ୧୦,୦୦୦ ଡଲାର (୮,୨୬,୮୨୩ ଭାରତୀୟ ଟଙ୍କା) ଫିଜିକାଲ ଫର୍ମରେ ରଖିପାରିବେ ।

ଅର୍ଥାତ ଶ୍ରୀଲଙ୍କୀୟ ଓ ଭାରତୀୟମାନେ ଅନ୍ତର୍ଜାତୀୟ କାରବାର ପାଇଁ ଆମେରିକୀୟ ଡଲାର ବଦଳରେ ଭାରତୀୟ ରୁପିକୁ ପରସ୍ପର ମଧ୍ୟରେ ବ୍ୟବହାର କରିପାରିବେ । ଭାରତ ସରକାର ତା’ର ରୁପିର ସମାଧାନ ପ୍ରଣାଳୀ ପାଇଁ ଚଳିତ ବର୍ଷ ଜୁଲାଇ ମାସରୁ ଡଲାର ନିଅଣ୍ଟ ଥିବା ଦେଶର ସନ୍ଧାନରେ ରହିଥିଲା । ଏହା ପଛର କାରଣ ହେଉଛି, ଆଇଏନଆରକୁ ଶ୍ରୀଲଙ୍କାରେ ଆଇନଗତ ମୁଦ୍ରା ଭାବେ ଅନୁମୋଦନ ମିଳିବା ପରେ ଦେଶକୁ ଲିକ୍ୟୁଡିଟି କ୍ଷେତ୍ରରେ ସହଯୋଗ ମିଳିପାରିବ । ଏହା ଆମେରିକୀୟ ଡଲାରର ଅଭାବ ମଧ୍ୟରେ ଅର୍ଥନୈତିକ ସଙ୍କଟକୁ ଉଦ୍ଧାର କରିବାରେ ସାହାଯ୍ୟ କରିବ ।

Get real time updates directly on you device, subscribe now.