ପ୍ରଶାନ୍ତ ମହାସାଗରରେ ବୁଡ଼ିଗଲା 3000ଟି ଯାନବାହନ ବୋଝେଇ ମାଲବାହୀ ଜାହାଜ

ପ୍ରଶାନ୍ତ ମହାସାଗରେ ବୁଡ଼ିଗଲା ମାଲବାହୀ ଜାହାଜ । 800 ଇଲେକ୍ଟ୍ରିକ ଗାଡ଼ି ସହ 3000 ଗାଡ଼ି ନେଇ ଯାଉଥିବା ଜାହାଜ ସମୁଦ୍ରରେ ବୁଡ଼ିଯାଇଥିବା ସୂଚନା ମିଳିଛି ।

ନୂଆଦିଲ୍ଲୀ: ପ୍ରଶାନ୍ତ ମହାସାଗରେ ବୁଡ଼ିଗଲା ମାଲବାହୀ ଜାହାଜ । 800 ଇଲେକ୍ଟ୍ରିକ ଗାଡ଼ି ସହ 3000 ଗାଡ଼ି ନେଇ ଯାଉଥିବା ଜାହାଜ ସମୁଦ୍ରରେ ବୁଡ଼ିଯାଇଥିବା ସୂଚନା ମିଳିଛି । ତେବେ ପ୍ରଶାନ୍ତ ମହାସାଗରରେ ନିଆଁ ଲାଗିଥିବା ଏକ ମାଲବାହୀ ଜାହାଜ ବୁଡ଼ି ଯାଇଛି। ମର୍ଣ୍ଣିଂ ମିଡାସ୍ ନାମକ ଜାହାଜ ନିଆଁ ଲାଗିବା ପରେ ପରିତ୍ୟକ୍ତ ହୋଇଯାଇଥିଲା।

ଜାହାଜ କମ୍ପାନୀ କହିଛି ଯେ ମାଲବାହୀ ଜାହାଜଟି ଜୁନ୍ 23 ତାରିଖ ପ୍ରାୟ 4.35 ବେଳେ ପ୍ରାୟ 5000 ମିଟର ଗଭୀର ପାଣିରେ ବୁଡ଼ିଯାଇଥିଲା । ଜୋଡିଆକ୍ ମ୍ୟାରିଟାଇମ୍ ଏକ ବିବୃତ୍ତିରେ ଆହୁରି କହିଛି ଯେ ଖରାପ ପାଣିପାଗ ଯୋଗୁ ଅଗ୍ନିକାଣ୍ଡ ଜନିତ କ୍ଷତି ବୃଦ୍ଧି ପାଇଥିଲା ଓ ପରବର୍ତ୍ତୀ ସମୟରେ ଜାହାଜ ଭିତରେ ପାଣି ପଶିଯିବାରୁ ଏହା ବୁଡ଼ି ଯାଇଥିଲା।

ଇଲେକ୍ଟ୍ରିକ ଗାଡ଼ି ଗୁଡ଼ିକରେ ଲିଥିୟମ-ଆୟନ ବ୍ୟାଟେରୀ ଥାଏ, ଯାହା ସାଧାରଣତଃ ନିରାପଦ କିନ୍ତୁ କ୍ଷତିଗ୍ରସ୍ତ ହେଲେ ଏହା ଅଧିକ ଗରମ ହୋଇପାରେ ଏବଂ ନିଆଁ ଧରିପାରେ।

ଏହି ଜହାଜରେ ମୋଟ 22 ଜଣ ଲୋକଥିବା ବେଳେ ସମସ୍ତଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି । କ୍ରୁ ସଦସ୍ୟମାନେ ଏକ ଲାଇଫବୋଟ୍ ନେଇଯାଇଥିଲେ ଏବଂ ପରେ ଅନ୍ୟ ଏକ ଘରୋଇ ଜାହାଜ ଦ୍ୱାରା ସେମାନଙ୍କୁ ଉଦ୍ଧାର କରାଯାଇଥିଲା।