fbpx
BSKY SKY
BSKY SKY

କରୋନା ଲକ୍ଷଣ ବନ୍ଦ ହେବାର ୮ଦିନ ପରେ ବି ହୋଇପାରନ୍ତି ଆକ୍ରାନ୍ତ

BSKY

ବେଜିଂ, ୪ା୪: କରୋନା ଲକ୍ଷଣ ବନ୍ଦ ହେବାର ୮ଦିନ ପରେ ବି ପୁଣିଥରେ ସଂକ୍ରମଣ ବ୍ୟାପିପାରେ ଏବଂ ଆପଣ ହୋଇପାରନ୍ତି ଆକ୍ରାନ୍ତ । ଏହି ଘଟଣା ଚୀନ୍‌ର ପିଏଲ୍‌ଏ ଜେନେରାଲ୍ ହସ୍ପିଟାଲ ଏବଂ ୟେଲ୍ ୟୁନିଭର୍ସିଟି ସ୍କୁଲ୍ ଅଫ୍ ମେଡ଼ିସିନ୍‌ର ମିଳିତ ରିସର୍ଚ୍ଚରୁ ସାମ୍ନାକୁ ଆସିଛି । ରିସର୍ଚ୍ଚରଙ୍କ ମତରେ , ଚୀନ୍‌ରେ ଯେଉଁ ୧୬ଜଣ ରୋଗୀଙ୍କ ଉପରେ ନଜର ରଖାଯାଇଥିଲା ସେମାନଙ୍କ ଲକ୍ଷଣ ସମାପ୍ତ ହେବାର ୮ ଦିନ ପରେ ମଧ୍ୟ ସେମାନଙ୍କଠାରୁ ଭାଇରସ୍ ଟ୍ରେସ୍ କରାଯାଇଥିଲା । ଚୀନ୍‌ରେ ଏହି ଆକ୍ରାନ୍ତ ଗତ ଜାନୁଆରୀ ୨୮ରୁ ଫେବ୍ରୁଆରୀ ୯ ପର୍ଯ୍ୟନ୍ତ ଟ୍ରେସ୍‌ରେ ରହିଥିଲେ । ତେଣୁ ରିସର୍ଚ୍ଚରମାନେ ଆଇସୋଲେସନ୍ ପିରିଅଡ୍ ବଢ଼ାଇବାକୁ ଦାବି କରିଛନ୍ତି । ୧୪ ଦିନର ଆଇସୋଲେସନ୍ ପିରିଅଡ୍ ଯଥେଷ୍ଟ ନୁହେଁ, ଏହି ଅବଧି ବୃଦ୍ଧି କରାଯିବା ଆବଶ୍ୟକ ବୋଲି ସେମାନେ ଦାବି କରିଛନ୍ତି । ରିସର୍ଚ୍ଚ ସମୟରେ ରୋଗୀଙ୍କ ଗଳାରୁ ସାମ୍ପୁଲ୍ ସଂଗ୍ରହ କରାଯାଇଥିଲା ଏବଂ ଏହାକୁ ନିୟମିତ ବ୍ୟବଧାନରେ ଯାଞ୍ଚ କରାଯାଉଥିଲା । ସାଧାରଣତଃ ଏହି କରୋନା ଭୁତାଣୁ ସଂକ୍ରମଣର ଲକ୍ଷଣ ଦେଖାଇବାକୁ ୫ ଦିନ ସମୟ ଲାଗିଥାଏ । କିନ୍ତୁ ଜଣେ ରୋଗୀଙ୍କୁ ଭର୍ତ୍ତି କରାଯିବାର ୮ ଦିନ ପରେ ଲକ୍ଷଣ ଅନୁଭୂତ ହୋଇଥିଲା । ଆମେରିକାର ଡିଜିଜ୍ କଣ୍ଟ୍ରୋଲ୍ ଆଣ୍ଡ୍ ପ୍ରିଭେନ୍ସନ୍ କଣ୍ଟ୍ରୋଲ୍ ତରଫରୁ ଦିଆଯାଇଥିବା ସୂଚନା ଅନୁସାରେ ଜଣେ କରୋନା ଆକ୍ରାନ୍ତଙଙ୍କ ଜ୍ୱର ବିନା କୌଣସି ଔଷଧରେ ଠିକ୍ ହୋଇଥିଲା । କିନ୍ତୁ ଏହାର କିଛି ଦିନ ପରେ ପୁଣିଥରେ କରୋନାର ଲକ୍ଷଣ ଦେଖାଦେଇଥିଲା । ରିସର୍ଚ୍ଚର ଲିଜନ୍ ସି ଜଣାଇଛନ୍ତି ଯେ, କରୋନା ସମ୍ବନ୍ଧିୟ ଲକ୍ଷଣ ଦେଖାଦେବା ପରେ ସନ୍ଦିଗ୍ଧମାନେ ନିଜକୁ ଲମ୍ବା ସମୟ ଧରି ଆଇସୋଲେସନ୍‌ରେ ରଖିବାର ଆବଶ୍ୟକତା ରହିଛି । ଏହି ସମୟରେ ସେମାନେ ଅନ୍ୟ କାହା ସହ ମିଶିବା ଉଚିତ୍ ନୁହେଁ, ଫଳରେ ଅନ୍ୟ କେହି ବ୍ୟକ୍ତି ସଂକ୍ରମିତ ହେବାକୁ ରୋକାଯାଇ ପାରିବ । ଏପରିକି କରୋନା ଆକ୍ରାନ୍ତ ବ୍ୟକ୍ତି ଠିକ୍ ହେବା ପରେ ମଧ୍ୟ ଅନ୍ୟ କୌଣସି ବ୍ୟକ୍ତିକୁ ସଂକ୍ରମିତ କରିବାର ସମ୍ଭାବନା ରହିଛି ବୋଲି ସେ କହିଛନ୍ତି ।

Get real time updates directly on you device, subscribe now.