fbpx

ଭୁବନେଶ୍ୱର, କଟକ, ଭଦ୍ରକ ପରେ ସଟଡାଉନ ହେଲା ଯାଜପୁର

ଭୁବନେଶ୍ୱର, ୪ା୪(ଓଡ଼ିଶା ଭାସ୍କର): କରୋନା ସ୍ଥିତିକୁ ଦୃଷ୍ଟିରେ ରଖି ଗତକାଲି ୮ଟାରୁ ରବିବାର ରାତି ୮ଟା ଯାଏଁ ଭୁବନେଶ୍ୱର, କଟକ, ଭଦ୍ରକ ସଟଡାଉନ ରଖିବାକୁ ରାଜ୍ୟସରକାର ଘୋଷଣା କରିଥିଲେ । ପୁଣି ଆଜି ସେହି ସଟଡାଉନ ଲିଷ୍ଟରେ ଯୋଡ଼ି ହୋଇଛି ଯାଜପୁର ଓ ବ୍ୟାସନଗର ପୌରାଞ୍ଚଳ ।
ସେହିପରି କିଛି ସମୟତଳେ ପିପିଲିର ଦୁଇଟି ଗାଁରେ ୧୦ଦିନ ପାଇଁ ସଟଡାଉନ ଘୋଷଣା କରିିଥିଲେ ଉପଜିଲ୍ଲାପାଳ । ଦାନଗହିରୀ ଓ ଜୟପୁର ଶାସନ ଅଞ୍ଚଳ ସଟଡାଉନ କରାଯାଇଛି । କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ପ୍ରଶାସନ ପକ୍ଷରୁ ଏହିପରି ପଦକ୍ଷେପ ନିଆଯାଇଛି ।
ଉଲ୍ଲେଖଯୋଗ୍ୟ ଯେ ଗତକାଲି ଗୋଟିଏ ଦିନରେ ୧୫ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ରାଜ୍ୟରେ ବର୍ତ୍ତମାନ କରୋନା ଆକ୍ରାନ୍ତ ସଂଖ୍ୟା ୨୦କୁ ବୃଦ୍ଧି ପାଇଛି । ରାଜ୍ୟରେ ଦିନକୁ ଦିନ ଏହିପରି ସ୍ଥିତି ସଙ୍ଗୀନ ହେବା ସାଙ୍ଗକୁ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି ।

Get real time updates directly on you device, subscribe now.