fbpx

ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମୁଛି: ମୁଖ୍ୟମନ୍ତ୍ରୀ

Advertisement

ଭୁବନେଶ୍ୱର, ୧୪ା୪ (ଓଡ଼ିଶା ଭାସ୍କର): ପରିସଂଖ୍ୟନ ଦୃଷ୍ଟିରୁ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମୁଛି । ଏହା ଏକ ଶୁଭ ଲକ୍ଷଣ ଓ ରାଜ୍ୟ ପାଇଁ ଭଲ ସଙ୍କେତ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର କହିଛନ୍ତି । ରାଜ୍ୟରେ କରୋନା ସ୍ଥିତି ସମୀକ୍ଷା କରିବା ଅବସରରେ ସେ ଏହି ବିଷୟ କହିଛନ୍ତି । ଯେଉଁମାନେ କରୋନା ମୁକାବିଲା ଦିଗରେ କାର୍ଯ୍ୟ କରୁଛନ୍ତି ସେମାନଙ୍କୁ ସାଧୁବାଦ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ । ଅତ୍ୟାବଶ୍ୟକ ସାମଗ୍ରୀର ପରିବହନ କ୍ଷେତ୍ରରେ କୌଣସି ଅସୁବିଧା ନାହିଁ । ଏହି ସାମଗ୍ରୀ ପରିବହନ ଜାରି ରହିବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି । କୃଷିଜାତ ଦ୍ରବ୍ୟ ପରିବହନରେ କୌଣସି ପ୍ରକାର ବାଧା ସୃଷ୍ଟି କରାନଯାଉ ବୋଲି ସେ କହିବା ଲକ୍ଡାଉନ୍ ନିୟମ ଉଲ୍ଲଂଘନକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି । ଅଭ୍ୟାସଗତ ଅପରାଧିଙ୍କୁ ସାବାଡ଼ କରିବାକୁ ଶ୍ରୀ ପଟ୍ଟନାୟକ ପୋଲିସ ଡିଜିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ରାଜ୍ୟରେ କରୋନା ସ୍ଥିତି ନେଇ ମୁଖ୍ୟ ଶାସନ ସଚିବ ଅସିତ୍ ତ୍ରୀପାଠି ଓ ବରିଷ୍ଠ ଅଧିକାରୀଙ୍କ ସହ ବୈଠକ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇ କହିଛନ୍ତି ଯେ, ସପ୍ତାହକ ମଧ୍ୟରେ ସବୁ ଜିଲ୍ଲାରେ ସ୍ୱତନ୍ତ୍ର କୋଭିଡ୍ ହସ୍ପିଟାଲ ଖୋଲାଯାଉ । ଏପ୍ରିଲ ମାସ ଶେଷ ସୁଦ୍ଧା ୩୬ଟି ହସ୍ପିଟାଲରେ ୬ହଜାର ଶଯ୍ୟା ପ୍ରସ୍ତୁତ ରଖିବାକୁ ଲକ୍ଷ୍ୟ ରଖାଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଏହାସହ ବୁର୍ଲାସ୍ଥିତ ଭିମ୍ସାରରେ ଚଳିତ ମାସ ୧୬ ତାରିଖ ସୁଦ୍ଧା କରୋନା ପରୀକ୍ଷଣ ପାଇଁ ବ୍ୟବସ୍ଥା କରାଯାଉ ବୋଲି ସେ କହିବା ସହ ରାଉରକେଲାସ୍ଥିତ ଆଇଜିଏଚରେ ଏବଂ ବ୍ରହ୍ମପୁରସ୍ଥିତ ଏମ୍କେସିଜିରେ କରୋନା ପରୀକ୍ଷା ନେଇ ବ୍ୟବସ୍ଥା ହୋଇଥିବାରୁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ସନ୍ତୋଷ ବ୍ୟକ୍ତ କରିଛନ୍ତି ।

Get real time updates directly on you device, subscribe now.