fbpx

କେରଳରେ ଆଉ ୫କରୋନା ପଜିଟିଭ୍

କେରଳ, ୮ା୩: କେରଳରେ ଆଉ ୫ଜଣ କରୋନା ପଜିଟିଭ ରୋଗୀ ଚିହ୍ନଟ ହୋଇଛନ୍ତି । ଏନେଇ କେରଳର ସ୍ୱାସ୍ଥ୍ୟମନ୍ତ୍ରୀ କେ.କେ. ଶୈଳଜା ସୂଚନା ଦେଇଛନ୍ତି । ସୂଚନାଯୋଗ୍ୟ ଯେ କେରଳର ୩ଜଣ ପଜିଟିଭ ରୋଗୀ ଇଟାଲୀରୁ ଫେରିଥିଲେ । ସେମାନଙ୍କ ସଂସ୍ପର୍ଶରେ ଆସିଥିଲେ ପଟନମ୍ଥିତ୍ତା ଜିଲ୍ଲାର ଆଉ ୨ଜଣ ବ୍ୟକ୍ତି । ଏହାସହ ଦେଶରେ କରୋନା ପଜିଟିଭ ରୋଗୀଙ୍କ ସଂଖ୍ୟା ୩୯କୁ ବୃଦ୍ଧି ହୋଇଛି । ୩୯ଜଣଙ୍କ ମଧ୍ୟରୁ ପୂର୍ବରୁ କେରଳର ୩ରୋଗୀ ସୁସ୍ଥ ହୋଇଥିଲେ ।
ଦିନକୁ ଦିନ ଦେଶରେ କରୋନା ଭାଇରସ୍ ସାରା ବିଶ୍ୱରେ କାୟା ବିସ୍ତାର କରିବାରେ ଲାଗିଛି । ଏନେଇ ଲୋକମାନେ ଭୟଭୀତ ଅବସ୍ଥାରେ ମଧ୍ୟ ରହିଛନ୍ତି । ଚୀନରେ କରୋନା ଭାଇରସରେ ୩୨୦୦ରୁ ଉଦ୍ଧ୍ୱର୍ ଲୋକ ମୃତ୍ୟୁବରଣ କଲେଣି । ଏହାସହ ସେଠାରେ ବହୁ ଲୋକ ଏଥିରେ ଆକ୍ରାନ୍ତ ମଧ୍ୟ ଅଛନ୍ତି ।

Get real time updates directly on you device, subscribe now.