fbpx

ମହିଳା ଦିବସରେ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା

ଭୁବନେଶ୍ୱର, ୮ା୩(ଓଡ଼ିଶା ଭାସ୍କର): ପ୍ରତିବର୍ଷ ମାର୍ଚ୍ଚ ୮ ତାରିଖକୁ ଅନ୍ତର୍ଜାତୀୟ ମହିଳା ଦିବସ ଭାବେ ପାଳନ କରାଯାଏ । ଚଳିତବର୍ଷ ମଧ୍ୟ ଆଜିର ଦିନକୁ ଅନ୍ତର୍ଜାତୀୟ ମହିଳା ଦିବସ ଭାବେ ପାଳନ କରାଯାଉଛି । ବିଶ୍ୱ ମହିଳା ଦିବସରେ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସମାଜର ପ୍ରଗତିରେ ମହିଳାମାନଙ୍କ ଭୂମିକା ଗରୁତ୍ୱପୂର୍ଣ୍ଣ ରହିଛ ବୋଲି ସେ କହିଛନ୍ତିି । ନାରୀକୁ ସମାଜରେ ତାର ହକ୍ ଦେବାକୁ ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଛନ୍ତି । ଏହାସହ ବିକାଶ ପ୍ରକ୍ରିୟାରେ ମହିଳାଙ୍କ ଅଂଶଗ୍ରହଣକୁ ଉତ୍ସାହିତ କରିବାକୁ ଆହ୍ୱାନ କରିଛନ୍ତି ।

Get real time updates directly on you device, subscribe now.