fbpx

ଏସସିବିରେ ଦୁଇ କରୋନା ରୋଗୀ ସନ୍ଦିଗ୍ଧ

କଟକ, ୯ା୩(ଓଡ଼ିଶା ଭାସ୍କର): ଦିନକୁ ଦିନ ସାରା ବିଶ୍ୱରେ କରୋନା ଭାଇରସ କାୟା ବିସ୍ତାର କରିବାରେ ଲାଗିଛି । ଏହାରି ମଧ୍ୟରେ ଆଜି ଏସସିବି ମେଡ଼ିକାଲରେ ପୁଣି ଦୁଇ କରୋନା ସନ୍ଦିଗ୍ଧ ଭର୍ତ୍ତି ହୋଇଛନ୍ତି । ଉଭୟଙ୍କ ସ୍ୱାବ ପରୀକ୍ଷା ପାଇଁ ପଠାଯାଇଛି । ରିପୋର୍ଟ ଆସିବା ପରେ ଦୁଇ ରୋଗୀ କରୋନାରେ ଆକ୍ରାନ୍ତ ଅଛନ୍ତି କି ନାହିଁ ଜଣାପଡ଼ିବ । ଡିଏମଇଟି ସିବିକେ ମହାନ୍ତି ଏନେଇ ସୂଚନା ଦେଇଛନ୍ତି । ଚୀନରେ ୩୮୦୦ରୁ ଉଦ୍ଧ୍ୱର୍ ଲୋକ ଏହି ଭାଇରସରେ ମୃତ୍ୟୁବରଣ କଲେଣି । ଭାରତରେ କରୋନାରେ ୪୩ଜଣ ଆକ୍ରାନ୍ତ ଅଛନ୍ତି । ଏନେଇ ସାରାବିଶ୍ୱରେ ଲୋକମାନେ ଏହି ଭାଇରସକୁ ନେଇ ଭୟଭିତ ଅବସ୍ଥାରେ ଅଛନ୍ତି ।

Get real time updates directly on you device, subscribe now.