fbpx

କଟକ ଗସ୍ତରେ 5T ସଚିବ

କଟକ, ୧୦/୩(ଓଡିଶା ଭାସ୍କର): କଟକ ଗସ୍ତରେ ଯାଇଛନ୍ତି 5T ସଚିବ ଭି. କାର୍ତ୍ତିକେୟ ପାଣ୍ଡିଆନ। ସେଠାରେ ପହଂଚି SCB ପାଇଁ ଜମି ଅଧିଗ୍ରହଣ ଓ ମହାନଦୀ ପଠା ବୁଲି ଦେଖିଛନ୍ତି। ଏହାସହ ବାଦାମବାଡ଼ି ବସଷ୍ଟାଣ୍ଟର ପୁନରୁଦ୍ଧାର ସହ କଟକର ପୁରୀ ଓ ଅନୁଗୁଳ ବସଷ୍ଟାଣ୍ଟର ନବୀକରଣ ନେଇ ଯୋଜନା କରିଛନ୍ତି । ଯେମିତିକି କଟକ ବାଦାମବାଡ଼ି ବସଷ୍ଟାଣ୍ଡର ପୁନରୁଦ୍ଧାର କରାଯିବା ସହ ବସ୍‌ଷ୍ଟାଣ୍ଡ ନିକଟରେ ଥିବା ୩୦ ଏକର ଜମିରେ ସଂପ୍ରସାରଣ ହେବ। କଟକର ପୁରୀ ଓ ଅନୁଗୁଳ ବସଷ୍ଟାଣ୍ଡର ନବୀକରଣ ନେଇ ମଧ୍ୟ ଯୋଜନା ହୋଇଛି ।

ଲିଙ୍କ ରୋଡ୍‌ରୁ ବାଦାମବାଡ଼ି ଯାଏ ରାସ୍ତାକୁ ପ୍ରଶସ୍ତ କରାଯିବ। ମେରିଟାଇମ୍ ମ୍ୟୁଜିଅମ ବୁଲିବା ପରେ ବିଶ୍ବନାଥ ଲାଇବ୍ରେରୀରେ ସେ ସମୀକ୍ଷା କରିଛନ୍ତି।ବିଶ୍ବନାଥ ପାଠାଗାର ସ୍ଥାନାନ୍ତର ହେବା ସହ ଉନ୍ନତମାନର କରିବାକୁ ଯୋଜନା ହୋଇଥିବା ସୁୁଚନା ମିିଳିଛି।

Get real time updates directly on you device, subscribe now.