fbpx

ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭୩କୁ ବୃଦ୍ଧି

ନୂଆଦିଲ୍ଲୀ, ୧୨ା୩: ସାରା ବିଶ୍ୱରେ କରୋନା ଭାଇରସ କାୟା ବିସ୍ତାର କରିବାରେ ଲାଗିପଡ଼ିଛି । ଏନେଇ ଲୋକମାନେ ଭୟଭିତ ଅବସ୍ଥାରେ ରହିଛନ୍ତି । ଏହାରି ମଧ୍ୟରେ ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭୩କୁ ବୃଦ୍ଧି ପାଇଛି । ଦିଲ୍ଲୀରେ ୬ କରୋନା ପଜିଟିଭ ବାହାରିଥିବା ବେଳେ ହରିୟାଣାରେ ୧୪ବିଦେଶୀ ଆକ୍ରାନ୍ତ ହୋଇଛନ୍ତି । ସେହିପରି କେରଳରେ ୧୭, ମହାରାଷ୍ଟ୍ରରେ ୧୧ଜଣ, ରାଜସ୍ଥାନରେ ଜଣେ ଓ ଦୁଇ ବିଦେଶୀ, ତେଲଙ୍ଗାନାରେ ଜଣେ, ଲଦାଖରେ ୩ଜଣ, ଉତ୍ତରପ୍ରଦେଶରେ ୧୦ଜଣ ଓ ଜଣେ ବିଦେଶୀ, ତାମିଲନାଡ଼ୁରେ ଜଣେ, ଜାମ୍ମୁକାଶ୍ମୀରରେ ଜଣେ, ପଞ୍ଜାବରେ ଜଣେ, କର୍ଣ୍ଣାଟକରେ ୪ଜଣ କରେନାରେ ଆକ୍ରାନ୍ତ ଅଛନ୍ତି । ୭୩ଜଣଙ୍କ ମଧ୍ୟରୁ ୧୭ଜଣ ବିଦେଶୀ କରୋନାରେ ଆକ୍ରାନ୍ତ ଅଛନ୍ତି ।
ଅନ୍ୟପଟେ କରୋନାକୁ ବିଶ୍ୱ ମହାମାରୀ ବୋଲି ଘୋଷଣା କରିଛି ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ । ସାରା ବିଶ୍ୱରେ କରୋନା ଯୋଗୁଁ ୪ହଜାର ୫୮୫ ଜଣଙ୍କ ମୃତ୍ୟୁ ହୋଇସାରିଲାଣି । ଏହାସହ ୧ଲକ୍ଷ ୨୪ହଜାର ୭୭୭ ଆକ୍ରାନ୍ତ ଲୋକ ଏହି ଭାଇରସରେ ଆକ୍ରାନ୍ତ ଅଛନ୍ତି । ୬୭ ହଜାର କରୋନା ଆକ୍ରାନ୍ତ ଏଯାଏଁ ସୁସ୍ଥ ହୋଇପାରି ନାହାନ୍ତି ବୋଲି ସୂଚନା ମିଳିଛି ।

Get real time updates directly on you device, subscribe now.