fbpx

ୟେସ୍ ବ୍ୟାଙ୍କରେ ଜଗନ୍ନାଥଙ୍କ ଟଙ୍କା ରଖିବା ପ୍ରସଙ୍ଗ, ବିବୃତି ରଖିଲେ ଅର୍ଥମନ୍ତ୍ରୀ

ଭୁବନେଶ୍ୱର, ୧୨ା୩(ଓଡ଼ିଶା ଭାସ୍କର): ୟେସ୍ ବ୍ୟାଙ୍କରେ ମହାପ୍ରଭୁ ଜଗନ୍ନାଥଙ୍କ ୫୪୫ କୋଟି ଟଙ୍କା ଜମା ପ୍ରସଙ୍ଗକୁ ନେଇ ବିଧାନସଭାରେ ବିବୃତି ରଖିଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜରୀ । ସେ କହିଛନ୍ତି ଟଙ୍କା ରଖିବା ସମ୍ପର୍କରେ ମନ୍ଦିର ପରିଚାଳନା କମିଟି ନିଷ୍ପତ୍ତି ନିଏ । ଏଥିରେ ରାଜ୍ୟ ସରକାର ହସ୍ତକ୍ଷେପ କରନ୍ତି ନାହିଁ । ଶ୍ରୀମନ୍ଦିର ଟଙ୍କା ରଖିବା ନେଇ ୧୨ଟି ବ୍ୟାଙ୍କ ପ୍ରସ୍ତାବ ଦେଇଥିଲେ । କିନ୍ତୁ ୟେସ୍ ବ୍ୟାଙ୍କ ସର୍ବାଧିକ ୮.୬୧% ସୁଧ ପ୍ରସ୍ତାବ ଦେଇଥିଲା । ଅଧିକ ସୁଧ ପ୍ରସ୍ତାବ ୟେସ୍ ବ୍ୟାଙ୍କ ଦେଇଥିବାରୁ ଟଙ୍କା ରଖାଯାଇଥିଲା । ୟେସ୍ ବ୍ୟାଙ୍କ ସହ କାରବାର ନକରିବାକୁ କୌଣସି ପ୍ରକାର ସୂଚନା ମଧ୍ୟ ନଥିଲା ।

Get real time updates directly on you device, subscribe now.