fbpx

ଆସନ୍ତୁ ଜାଣିବା, ରକ୍ତଦାନ ଦ୍ୱାରା କରୋନା ଭାଇରସ୍ ବ୍ୟାପିପାରେ କି ?

ରୋନା ଭାଇରସ୍ ସାରା ବିଶ୍ୱରେ ଆତଙ୍କ ଖେଳାଇ ରଖିଛି । ଏହାମଧ୍ୟରେ ରକ୍ତଦାତାଙ୍କ ମନରେ ଅନେକ ପ୍ରଶ୍ନ ଆସୁଛି । ଏହାରି ମଧ୍ୟରେ ସେମାନେ ରକ୍ତଦାନ କରିବା ଉଚିତ୍ କି ନାହିଁ ସେ ନେଇ ଦ୍ୱନ୍ଦ୍ୱ ମଧ୍ୟରେ ରହିଛନ୍ତି । ରକ୍ତଦାନ କଲେ କରୋନା ଭାଇରସ୍ ବ୍ୟାପିବାର ସମ୍ଭାବନା ଅଛି କି ବୋଲି ଅନେକଙ୍କ ମନରେ ପ୍ରଶ୍ନ ଉଠୁଛି । ଆମେରିକାନ୍ ରେଡ୍କ୍ରସ ସୋସାଇଟିର ମୁଖ୍ୟ ମେଡ଼ିକାଲ୍ ଅଫିସର ଡ. ପେମ୍ପ୍ ୟଙ୍ଗ କହିଛନ୍ତି ଯେ, ବର୍ତ୍ତମାନର ସ୍ଥିତି ସମ୍ପୂର୍ଣ୍ଣ ଅଲଗା । କରୋନା ଆକ୍ରାନ୍ତଙ୍କୁ ରକ୍ତ ଦରକାର ପଡ଼ୁନଥିଲେ ମଧ୍ୟ ଟ୍ରୁମା, ଅର୍ଗାନ୍ ଟ୍ରାନ୍ସପ୍ଲାଣ୍ଟ ଏବଂ ଏମରଜେନ୍ସିରେ ନବଜାତକଙ୍କ କ୍ଷେତ୍ରରେ ରକ୍ତର ଅଧିକ ଆବଶ୍ୟକତା ରହିଛି । ଏପରି ସମସ୍ୟାର ଶିକାର ହୋଇଥିବା ଲୋକଙ୍କୁ ଲକ୍ଡାଉନ୍ ଅବଧି ମଧ୍ୟରେ ରକ୍ତର ଅନେକ ଆବଶ୍ୟକତା ରହୁଛି । ଏପରି ସମୟରେ ବ୍ଲଡ୍ବ୍ୟାଙ୍କ ଗୁଡ଼ିକ ପାଇଁ ରକ୍ତ ମହଜୁଦ ରଖିବା ଅନେକ ଆବଶ୍ୟକତା ହୋଇପଡ଼ିଛି । ଏପରି ସ୍ଥିତିକୁ ମୁକାବିଲା କରିବାକୁ ପଡ଼ିବ । ତେଣୁ ଆସନ୍ତୁ ଜାଣିବା ରକ୍ତଦାତାଙ୍କ ମନରେ ଉଠୁଥିବା ଅନେକ ପ୍ରଶ୍ନ ଓ ଏହାର ଉତ୍ତର

ରକ୍ତଦାନ କଲେ କରୋନା ସଂକ୍ରମଣ ହୋଇପାରେ କି ?
ମିନ୍ନାସୋନା ବିଶ୍ୱବିଦ୍ୟାଳୟର ବ୍ଲଡ୍ ବ୍ୟାଙ୍କ ଲାବ୍ ଡାଇରେକ୍ଟର ଡ. କ୍ଲାଡ଼ିଆ କୋହ୍ନଙ୍କ ଅନୁସାରେ, ଏହି ଭାଇରସ୍ ରକ୍ତ ଜରିଆରେ ବ୍ୟାପେ ନାହିଁ । ତେଣୁ ରକ୍ତଦାନ ସୁରକ୍ଷିତ ଅଟେ । କରୋନା ଭାଇରସ୍ ବ୍ଲଡ୍ ଟ୍ରାନ୍ସଫର ସମୟରେ ବ୍ୟାପେ ନାହିଁ ବୋଲି ସେ କହିଛନ୍ତି ।

ରକ୍ତଦାନ ସମୟରେ ରକ୍ତଦାନ କେନ୍ଦ୍ରଗୁଡ଼ିକରେ ରକ୍ତଦାତାଙ୍କ ସୁରକ୍ଷାକୁ ଧ୍ୟାନରେ ରଖାଯାଉଛି କି ?
ଆମେରିକାନ୍ ରେଡ୍କ୍ରସ ସୋସାଇଟିର ମୁଖ୍ୟ ମେଡ଼ିକାଲ୍ ଅଫିସର ଡ. ପେମ୍ପ୍ ୟଙ୍ଗ କହିଛନ୍ତି ଯେ, ରକ୍ତଦାତା ବର୍ତ୍ତମାନ ସମୟରେ କେତେ ମାତ୍ରରେ ଭୟଭୀତ ହୋଇ ରହିଛନ୍ତି ତାହା ବିଷୟରେ ଭଲଭାବେ ଅବଗତ ଅଛୁ । କିନ୍ତୁ ରକ୍ତଦାତାଙ୍କୁ ଏହା ମଧ୍ୟ ଜଣାଇ ଦେଉଛୁ ଯେ, ରକ୍ତଦାନ ପ୍ରକ୍ରିୟା ସମୟରେ ସମସ୍ତ ପ୍ରକାର ସାବଧାନତା ଅବଲମ୍ବନ କରାଯାଇଥାଏ । ଅନେକ ବ୍ଲଡ୍ ସେଣ୍ଟରରେ ତାପମାନ ଯାଞ୍ଚ କରିବାର ସୁବିଧା ରହିଛି । ବାରମ୍ବାର ବ୍ଲଡ୍ ବ୍ୟାଙ୍କ କର୍ମଚାରୀଙ୍କ ପୋଷାକ ମଧ୍ୟ ପରିବର୍ତ୍ତନ କରାଯାଇଥାଏ । ସେମାନେ ସାନିଟାଇଜ୍ ପ୍ରକ୍ରିୟ ଦେଇ ଗତି କରିଥାନ୍ତି । କର୍ମଚାରୀ ଏବଂ ରକ୍ତଦାତାଙ୍କ ମଧ୍ୟରେ ଅତିକମ୍ରେ ୬ ଫୁଟ୍ର ଦୂରତା ନିୟମକୁ ପାଳନ କରାଯାଇଥାଏ ।

ରକ୍ତଦାନ କରିବା ପାଇଁ କରୋନା ଭାଇରସ୍ର ଯାଞ୍ଚ କରାଯାଇଥାଏ କି ?
ନା, ଏହା ଏକ ଗୁଜବ ଅଟେ । ଏହି ଗୁଜବକୁ ଇଣ୍ଟରନେଟ୍ ମାଧ୍ୟରେ ପ୍ରଚାର ପ୍ରସାର କରାଯାଉଛି । ଏହା ସମ୍ପୂର୍ଣ୍ଣଭାବେ ଭୁଲ୍ ଅଟେ ।

କେଉଁମାନେ ରକ୍ତଦାନ କରିପାରିବେ ?
ଜଣେ ସୁସ୍ଥ ବ୍ୟକ୍ତି ରକ୍ତଦାନ କରିପାରିବେ । ଏହାର ଗାଇଡ୍ ଲାଇନ୍ ଗୋଟିଏ ଦେଶଠାରୁ ଅନ୍ୟ ଦେଶରେ ଭିନ୍ନ । କେଉଁ ଦେଶରେ ଅତିକମ୍ରେ ରକ୍ତଦାନ ପାଇଁ ୧୭ ବର୍ଷ ଜରୁରୀ ତ ଅନ୍ୟ କେଉଁ ଦେଶରେ ଅତିକମ୍ରେ ୧୮ ବର୍ଷ ବୟସ ହୋଇଥିବା ଜରୁରୀ । ରକ୍ତଦାନ କରିବାର କୌଣସି ସର୍ବାଧିକ ବୟସସୀମା ନଥାଏ । ଆମେରିକାରେ ଥିବା ବୟସ୍କମାନେ ଦେଶର ସବୁଠାରୁ ରକ୍ତଦାତା ଅଟନ୍ତି । ସେମାନେ ଅନେକ ଥର ରକ୍ତଦାନ କରୁଛନ୍ତି ।

କେଉଁଠାରେ ରକ୍ତଦାନ କରାଯିବ କିପରି ଜାଣିବୁ ?
ରେଡ୍କ୍ରସ୍ର ଅଫିସିଆଲ୍ ୱେବସାଇଟ୍କୁ ଯାଆନ୍ତୁ ଏବଂ ସେଠାରୁ ନିଜ ଦେଶର ରକ୍ତଦାନ ସମ୍ପର୍କରେ ସୂଚନା ହାସଲ କରିପାରିବେ ।

Get real time updates directly on you device, subscribe now.