fbpx

କରୋନା ମୁକ୍ତ କନିକା

ହସ୍ପିଟାଲରୁ ଡିସ୍ଚାର୍ଜ ହେଲେ ବଲିଉଡ ଗାୟିକା କନିକା କାପୁର । ଗତ ମାର୍ଚ୍ଚ ୯ ତାରିଖରେ ସେ ଲଣ୍ଡନରୁ ପେରିବା ର କିଛି ଦିନ ପରେ ସେ କରୋନା ସଂକ୍ରମିତ ହୋଇଥିଲା ।ଲଗାତାରା ତାଙ୍କ ଚାରି ଚାରିଟି ଟେଷ୍ଟ ରିପୋର୍ଟ ପଜେଟିଭ୍ ଆସିଥିଲା । ନିଜ ହୋମ ଟାଉନ ସଂଜୟ ଗାନ୍ଧୀ ମେଡିକାଲରେ ତାଙ୍କୁ ଭର୍ତ୍ତି କରାଯାଇଥିଲା । ଗତ ମାର୍ଚ୍ଚ ୨୦ ତାରିଖରୁ ସେ ଚିକିତ୍ସିତ ହେଉଥିଲେ ।
ତାଙ୍କ ରିପୋର୍ଟ ପଜେଟିଭ୍ ଆସିବା ପରେ
ତାଙ୍କ ସଂସ୍ପର୍ଶରେ ଆସିଥିବା ବହୁ ରାଜନେତା ଓ ହାଇପ୍ରୋଫାଇଲ୍ ବ୍ୟକ୍ତି ହୋମ ଆଇସୋଲେସନରେ ରହିଥିଲେ । ଏପରିକି ପୋଲିସକୁ ନିଜ ବିଦେଶ ଗସ୍ତ ତଥ୍ୟ ଲୁଚାଇଥିବା ଅଭିଯୋଗ ମଧ୍ୟ ହୋଇଥିଲା । ଏବେ ତାଙ୍କର ପଂଚମ ଓ ଷଷ୍ଠ ରିପୋର୍ଟ ନେଗେଟିଭ୍ ଆସିବା ପରେ ଦୀର୍ଘ ୧୬ ଦିନ ପରେ ତାଙ୍କୁ ଡିସଚାର୍ଜ କରାଯାଇଛି ।

Get real time updates directly on you device, subscribe now.