fbpx

ନ୍ୟୁୟର୍କ ବ୍ରୋନିକ୍ସ ଜୁ ରେ ବାଘକୁ କରୋନା ପରେ ଆଲର୍ଟରେ ନନ୍ଦନକାନନ କର୍ତ୍ତୃପକ୍ଷ

ନନ୍ଦନକାନନରେ ହାଇ ଆଲର୍ଟ ।ଏବେ ପ୍ରତିଟି ପଶୁପକ୍ଷୀଙ୍କ ଉପରେ ରଖାଯାଉଛି ତୀକ୍ଷ୍ନ ନଜର । ସିସିଟିଭି ରେ ବରାବର ମନିଟରିଂ କରାଯାଉଛି ।ନ୍ୟୁୟର୍କ ବ୍ରୋନିକ୍ସ ଜୁ ରେ ମାଇବାଘକୁ କରୋନା ସଂକ୍ରମିତ ହେବା ପରେ ଏବେ ଭାରତୀୟ ଜୁ ଅଥରିଟି ଦେଶରେ ଥିବା ସମସ୍ତ ଚିଡିଆଖାନା କତ୍ତୃପକ୍ଷଙ୍କୁ ଆଲର୍ଟ କରିଛନ୍ତି । ପଶୁପକ୍ଷୀଙ୍କ ଠାରେ କୈାଣସି ଅସ୍ୱଭାବିକ ଲକ୍ଷଣ ଦେଖାଗଲେ ତୁରନ୍ତ ପଦକ୍ଷେପ ନେବାକୁ କୁହାଯାଇଛି । ନନ୍ଦନକାନନ ର ସିନିୟର ଭେଟନାରୀ ଅଫିସର ଆଲୋକ କୁମାର ଦାସଙ୍କ ଅନୁଯାୟୀ ଏହା କୈାଣସି ରୋଗର ନ୍ୟୁ ଡାଇମେନସନ । ପୂର୍ବରୁ ପଶୁଠୁ ମଣିଷକୁ ରୋଗ ଆସୁଥିଲା । ଏହି କେଶ୍ ରେଏହା ପ୍ରଥମ ଲକ୍ଷଣ । ଯେହେତୁ ବ୍ରୋନିକ୍ସ ଜୁ ରେ ସଂକ୍ରମିତ ବ୍ୟକ୍ତିଙ୍କଠାରୁ ବାଘ ସଂକ୍ରମିତ ହୋଇଛି ତେଣୁ ନନ୍ଦନକାନନ ସାନିଟାଇଜେସନ ଉପରେ ବିଶେଷ ଗୁରୁତ୍ୱ ଦିଆଯାଉଛି । ତାଛଡା ପଶୁପକ୍ଷୀଙ୍କୁ ଖାଦ୍ୟ ଦେଉଥିବା କର୍ମଚାରୀଙ୍କୁ ହାତ ଭଲଭାବେ ଧୋଇବା,ମାସ୍କ ଗ୍ଳୋଭସ୍ ବ୍ୟବହାର କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ସବୁ ପ୍ରକାର ପ୍ରତିରୋଧକ ବ୍ୟବସ୍ଥା ଗ୍ରହଣ କରାଯାଇଛି ।

Get real time updates directly on you device, subscribe now.