fbpx

ଭାରତକୁ ଝଟକା, ଅଧିକ ତାପମାତ୍ରାରେ ବି ସକ୍ରିୟ ରୁହନ୍ତି କରୋନା ଭାଇରସ୍‌

Advertisement

ନୂଆଦିଲ୍ଲୀ, ୧୫ା୪: କରୋନା ଭାଇରସକୁ ନେଇ ଏକ ନୂଆ ତଥ୍ୟ ସାମ୍ନାକୁ ଆସିଛି । ଅଧିକ ତାପମାତ୍ରାରେ ମଧ୍ୟ କରୋନା ଭାଇରସ୍ ଲମ୍ବା ସମୟ ପର୍ଯ୍ୟନ୍ତ ସକ୍ରିୟ ରହିପାରନ୍ତି ବୋଲି ଏକ ରିସର୍ଚ୍ଚରୁ ଜଣାପଡ଼ିଛି । ଫ୍ରାନ୍ସର ଏକ ବୈଜ୍ଞାନିକ ଟିମ୍ କରିଥିବା ରିସର୍ଚ୍ଚରୁ ଏହି ଘଟଣା ସାମ୍ନାକୁ ଆସିଛି । ଅନେକ ପୂର୍ବରୁ ଏପରି ଦାବି କରାଯାଉଥିଲା ଯେ, କରୋନା ଭାଇରସ୍ ଅଧିକ ତାପମାତ୍ରରେ ନିଷ୍କ୍ରିୟ ହୋଇପଡେ । ତେବେ ବର୍ତ୍ତମାନ ତାହା ଭୁଲ୍ ସାବ୍ୟସ୍ତ ହୋଇଛି । ଦକ୍ଷିଣ ଫ୍ରାନ୍ସର ଏଇକ୍ସ ମାର୍ସିୟେଲେ ବିଶ୍ୱବିଦ୍ୟାଳୟର ପ୍ରଫେସର ରେମି ଶେରେଲ୍ ନିଜ ସାଥିଙ୍କ ସହ ମିଶି ଏହି ଭ୍ରମ ଉପରୁ ପରଦା ଉଠାଇଛନ୍ତି । ରେମି ଏହି ସର୍ବେକ୍ଷଣ ସମୟରେ କରୋନା ଭାଇରସକୁ ୬୦ ଡିଗ୍ରୀ ସେଲସିଅସ୍ ତାପମାତ୍ରରେ ଟେଷ୍ଟ କରିଛନ୍ତି ।


୬୦ ଡିଗ୍ରୀ ସେଲସିଅସ୍ ତାପମାତ୍ରାରେ ପ୍ରାୟ ୧ ଘଣ୍ଟା ଟେଷ୍ଟ କରିବା ପରେ ରେମି ଏବଂ ତାଙ୍କ ଟିମ୍ ନିର୍ଣ୍ଣୟରେ ପହଞ୍ଚିଥିଲେ ଯେ, ଭାଇରସର କିଛି ଅଂଶ ଏବେ ବି ସଂକ୍ରମଣ ବ୍ୟାପାଇବାକୁ ସକ୍ଷମ । ଅର୍ଥାତ ଏତେ ତାପମାତ୍ରାରେ ରହି ମଧ୍ୟ ଭାଇରସ ନିଷ୍କ୍ରିୟ ହେବା ଅସମ୍ଭବ ।


ଭାରତରେ ଲୋକମାନେ ଭାବୁଥିଷଲ ଯେ, ଦେଶରେ ଅଧିକ ଗରମ ଅନୁଭୂତ ହେଉଥିବାରୁ ଏଠାରେ କରୋନା ଭାଇରସ୍ କମ୍ ପ୍ରଭାବ ପକାଇବ । କିନ୍ତୁ ଏହି ରିସର୍ଚ୍ଚ ଫଳରେ ସେମାନଙ୍କ ଆଶାକୁ ବଡ଼ ଝଟକା ଲାଗିଛି । ଭାରତର ଖୁବ୍ କମ୍ ଅଂଶରେ ତାପମାତ୍ରା ୫୦ ଡିଗ୍ରୀ ସେଲସିଅସ୍ ପର୍ଯ୍ୟନ୍ତ ପହଞ୍ଚି ପାରୁଛି ।
ବୈଜ୍ଞାନିକଙ୍କ ଟିମ୍ ଏହି ରିସର୍ଚ୍ଚ ପାଇଁ ପ୍ରଥମେ ଆଫ୍ରିକାରୁ ମିଳୁଥିବା ଏକ ବିଶେଷ ପ୍ରଜାତିର ମାଙ୍କଡ଼ଙ୍କ କିଡ଼୍‌ନୀକୁ କରୋନା ଭାଇରସ୍ ଦ୍ୱାରା ସଂକ୍ରମିତ କରାଇଥିଲେ । ସେମାନଙ୍କ ସେଲକୁ ସଂକ୍ରମିତ କରିବା ପାଇଁ ବର୍ଲିନର ଏକ ଆଇସୋଲେଟେଡ୍ କରୋନା ଆକ୍ରାନ୍ତଙ୍କ ଶରୀରରୁ କରୋନା ଭାଇରସ୍ ସଂଗ୍ରହ କରାଯାଇଥିଲା । ଏହାପରେ ଭାଇରସକୁ ୨ଟି ଅଲଗା ଅଲଗା ଟ୍ୟୁବରେ ରଖିଥିଲେ ଯାହା ୨ଟି ଅଲଗା ଅଲଗା ପରିବେଶ (ମଇଳା ଓ ସଫା) ପରିବେଶରେ ବି ବଢ଼ୁଥିଲା । ଅନ୍ତିମ ଟେଷ୍ଟ ପରେ ଯେଉଁ ତଥ୍ୟ ସାମ୍ନାକୁ ଆସିଲା ତାହା ସେଠାରେ ଉପସ୍ଥିତ ଥିବା ସମସ୍ତ ବୈଜ୍ଞାନିକଙ୍କୁ ଚକିତ କରିଦେଇଥିଲା । ସଫା ପରିବେଶରେ ଥିବା କରୋନା ଭାଇରସ୍ ଅଧିକ ତାପମାତ୍ରାରେ ନିଷ୍କ୍ରିୟ ହୋଇଯାଇଥିବା ବେଳେ ମଇଳା ପରିବେଶରେ ବଢ଼ିଥିବା କରୋନା ଭାଇରସ୍ ସେହି ତାପମାତ୍ରାରେ ସକ୍ରିୟ ରହିଥିଲା ।
ହାଇ ଟେମ୍ପରେଚରରେ କରୋନା ଭାଇରସ୍ ସାମାନ୍ୟ ଦୁର୍ବଳ ହୋଇପଡ଼ିଥିଲେ ମଧ୍ୟ ତାହା ଏବେ ବି ସଂକ୍ରମଣ ସୃଷ୍ଟି କରିବାକୁ ସକ୍ଷମ ଥିଲା ।

Get real time updates directly on you device, subscribe now.