fbpx

ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୮

ନୂଆଦିଲ୍ଲୀ, ୪ା୩: ସାରା ବିଶ୍ୱରେ କାୟା ବିସ୍ତାର କରିବାରେ ଲାଗି ପଡ଼ିଛି କରୋନା ଭାଇରସ୍ । କରୋନା ଭାଇରସରେ ୩୧୦୦ ଲୋକଙ୍କ ମୃତ୍ୟୁ ହୋଇସାରିଛି । ଏହାସହ ୯୧ହଜାର ୭୦୦ଲୋକ କରୋନା ଭୂତାଣୁରେ ଆକ୍ରାନ୍ତ ଅଛନ୍ତି । ସେହିପରି ଭାରତରେ ମଧ୍ୟ କରୋନା ଆତଙ୍କ ଦେଖାଦେଇଛି । ଦେଶରେ ଏହି ଭୂତାଣୁରେ ପଜିଟିଭ ଚିହ୍ନଟ ରୋଗୀଙ୍କ ସଂଖ୍ୟା ୧୮କୁ ବୃଦ୍ଧି ପାଇଛି । ଦିଲ୍ଲୀ, ଜୟପୁର ଓ ହାଇଦ୍ରାବାଦରେ ୩ ଭାରତୀୟଙ୍କ ରିପୋର୍ଟ ପଜିଟିଭ ବାହାରିଛି । ସେହିପରି ଇଟାଲୀର ମଧ୍ୟ ୧୫ପର୍ଯ୍ୟଟକଙ୍କଠାରେ କରୋନା ହୋଇଥିବା ରିପୋର୍ଟ ପଜିଟିଭ ଅଛି । ଆଗ୍ରାର ସନ୍ଦିଗ୍ଧ ଥିବା ୬ଜଣଙ୍କ ନିକଟରେ କରୋନା ଭାଇରସ ରିପୋର୍ଟ ନେଗଟିଭ ବାହାରିଥିବା ବେଳେ ଚଣ୍ଡୀଗଡ଼ରେ ଆଉ ଦୁଇ କରୋନା ସନ୍ଦିଗ୍ଧ ଠାବ ହୋଇଥିବା ସୂଚନା ମିଳିଛି ।

Get real time updates directly on you device, subscribe now.