fbpx
BSKY
BJD MC SKY
BJD YOUTH SKY

(Video) ସାବଧାନ! ସାରା ବିଶ୍ୱରେ ବ୍ୟାପୁଛି ଗାଜର ଘାସ: ଭୟଙ୍କର ରୋଗ ଆଣି ଆସୁଛି ପାର୍ଥେନିନ୍

ସାରା ବିଶ୍ୱରେ ବର୍ତ୍ତମାନ ଗାଜର ଘାସ ବ୍ୟାପିବାରେ ଲାଗିଛି । ଗାଜର ଘାସ ବା “ପାର୍ଥେନିୟମ ୱାଇଡ଼’ । ଏହି ଗାଜର ଘାସରେ ପ୍ରଚୁର ପରିମାଣର ଫୁଲ ଫୁଟେ । ଏବେ ସେହି ଫୁଲ ବାୟୁମଣ୍ଡଳକୁ ବ୍ୟାପିଯାଏ । ଏହି ଗାଜର ଘାସ ମନୁଷ୍ୟର ନିଶ୍ୱାସ ପ୍ରଶ୍ୱାସ ଦେଇ ଶରୀର ଭିତରକୁ ପ୍ରବେଶ କରିଥାଏ । ଯାହାଦ୍ୱାରା ବିଭିନ୍ନ ପ୍ରକାର ଚର୍ମ ରୋଗ ହୋଇଥାଏ । ଯଥା ଲିଭର, ବୃକକ୍, ହୃତପିଣ୍ଡ ଜନିତ ଅନେକ ଭୟଙ୍କର ରୋଗ, ଶ୍ୱାସ ରୋଗୀଙ୍କ ପାଇଁ ଏହି ତୃଣ ହେଉଛି ଏକ ପ୍ରକାର ଯମଦଣ୍ଡ ।

ପ୍ରକୃତି ବିଭିନ୍ନ ପ୍ରକାର ଉଦ୍ଭିଦଙ୍କୁ ନେଇ ସଂଗଠିତ, ଏହି ବୃକ୍ଷଲତା ଭିତରେ ଅନେକ ଅନାବନା ଛୋଟ ବଡ଼ ଉଦ୍ଭିଦ ରହିଛନ୍ତି । କିନ୍ତୁ ଏହି ଉଦ୍ଭିଦ ମାନଙ୍କ ଭିତରେ ଅନେକ ବହୁ ବିଷାକ୍ତ ଉଦ୍ଭିଦ ରହିଛି ଯାହା ଜୀବଜଗତକୁ ନଷ୍ଟ କରିବାରେ ଲାଗିଛି । ଯେଉଁଥି ପାଇଁ ଅନେକ ଜୀବଜନ୍ତୁ ଖାଇଲେ ଜୀବନ ଚାଲିଯାଉଛି । ଗାଜର ଘାସ ବା “ପାର୍ଥେନିୟମ ୱାଇଡ଼’ ଏହା ଏପରି ଏକ ଉଦ୍ଭିଦ ଯାହା ବଂଶ ବିସ୍ତାର ହେଇ ସମଗ୍ର ଜୀବଜଗତକୁଧୀରେ ଧୀରେ ନଷ୍ଟ କରୁଛି । କିଛି ବୈଜ୍ଞାନିକଙ୍କ ମତ ଅନୁଯାୟୀ ଏହି ତୃଣରୁ ନିର୍ଗତ ହୁଏ ଏକ ପ୍ରକାର ବିଷାକ୍ତ ରାସାୟନିକ ଗ୍ୟାସ ଯାହାର ନାମ ପାର୍ଥେନିନ୍ ।

ଏହି ତୃଣକୁ ପଶୁମାନେ ଖାଦ୍ୟ ରୂପେ ବ୍ୟବହାର କରନ୍ତି ଆଉ ଆମେ ସେମାନଙ୍କ ଖୀର, ମାଂସକୁ ଆମର ଦୈନଦିନ ଖାଦ୍ୟରେ ବ୍ୟବହାର କରୁ । ଆଉ ପରୋକ୍ଷ ରେ ଆମେ କିଣୁଛୁ ଅନେକ ପ୍ରକାର ମାରାତ୍ମକ ରୋଗ । ଏହି ତୃଣକୁ ଆମେରିକାରେ ସାନ୍ତାମେରିଆ ବୋଲି କୁହାଯାଏ । ଆଉ ଏହି ଉଦ୍ଭିଦକୁ ନଷ୍ଟ କରେ “ମେକ୍ସିକାନ୍ ବିଟିଲ୍” ନାମକ ଏକ କୀଟ କିନ୍ତୁ ଏହି କୀଟ ଆମେରିକା ଜଳବାୟୁ ରେ ବୃଦ୍ଧି ହୁଅନ୍ତି । ଆଉ ଏହାକୁ ୧୯୮୪ ମସିହା ରେ ଭାରତ ସରକାର ଭାରତ ରେ ପରିଚିତ କରାଇଥିଲେ, କିନ୍ତୁ ବର୍ତ୍ତମାନ ପରିବେଶବିତ୍ ଆଉ ଜୀବ ବିଜ୍ଞାନୀ ମାନେ ସମ୍ପୂର୍ଣ୍ଣ ଅଞ୍ଚଳରେ ଏହି କୀଟକୁ ଆଣିବାକୁ ସରକାରଙ୍କୁ କରୁଛନ୍ତି ନିବେଦନ, ବର୍ତ୍ତମାନ କେବଳ ଲୋକ ସଚେତନତା କେବଳ ଏକମାତ୍ର ଉପାୟ ଯାହା ରାଜ୍ୟ ହେଉ କି କେନ୍ଦ୍ର ସରକାରଙ୍କ ଦ୍ୱାରା କରାଗଲେ ନିଶ୍ଚିନ୍ତ ଏହି ମହାମାରୀ ଉଦ୍ଭିଦର ବଂଶ ବିସ୍ତାରକୁ ରୋକ୍ ଲଗାଯାଇପାରିବ ।

Get real time updates directly on you device, subscribe now.