fbpx
BSKY
BJD MC SKY
BJD YOUTH SKY

Betting app scam, ୧,୪୦୦ କୋଟି ଟଙ୍କା ଠକି ନେଲା Betting App: ୧୨୦୦ ଲୋକ ଶୀକାର

ନୂଆଦିଲ୍ଲୀ: ବିଭିନ୍ନ ସନ୍ଦିଗ୍ଧ ଚୀନର ମୋବାଇଲ ଆପ୍ ବ୍ୟବହାର କରିବା ସମୟରେ ସଜାଗ ରହିବା ସହ ସଚେତନ ରହିବା ପାଇଁ ଲଗାତାର ସୂଚନା ଦେଉଛନ୍ତି ଭାରତ ସରକାର । ଦେଶରେ ଅନଲାଇନ ବେଟିଂ ଆପ୍ ବୃଦ୍ଧି ପାଉଥିବା ବେଳେ ଏହାର ଅନ୍ତର୍ନିହିତ ପ୍ରକୃତି ଯୋଗୁଁ ୟୁଜର୍ସମାନେ ଠକାମୀର ଶୀକାର ହେବାର ଯଥେଷ୍ଟ ଆଶଙ୍କା ରହିଛି । ଗୁଜୁରାଟରେ ଘଟିଯାଇଥିବା ଏକ ଠକାମୀର ମାମଲା ଏହାର ସର୍ବଶ୍ରେଷ୍ଠ ଉଦାହରଣ ହୋଇପାରେ । ଏହି ମାମଲାରେ ବେଟିଂ ଆପ୍ ବ୍ୟବହାର କରି ଜଣେ କିମ୍ବା ଦୁଇ ଜଣ ନୁହେଁ, ୧୨୦୦ ଲୋକ ଜାଲିଆତିର ଶୀକାର ପାଲଟିଛନ୍ତି ।

ସୂଚନା ଅନୁସାରେ, ଜଣେ ଭାରତୀୟ ବ୍ୟକ୍ତିଙ୍କ ସହଯୋଗରେ ଚୀନର ଜଣେ ନାଗରିକ ଫୁଟବଲ ବେଟିଂ ଆପ୍ ଚଳାଇଥିଲେ । ଏହି ଆପ୍ ମାଧ୍ୟମରେ ଦେଶର ପ୍ରାୟ ୧,୨୦୦ ଜଣ ବ୍ୟକ୍ତିଙ୍କୁ ଠକାମୀର ଶୀକାର କରି ସେମାନଙ୍କ ନିକଟରୁ ୧,୪୦୦ କୋଟିରୁ ଅଧିକ ଟଙ୍କା ଲୁଟ୍ କରିଥିବା ଜାଣିବାକୁ ମିଳିଛି । ତେବେ ମାତ୍ର ୯ ଦିନ ମଧ୍ୟରେ ଏହି ଟଙ୍କା ହଡ଼ପ କରି ନେଇଛି ଚୀନର ଦଲାଲ । ତେବେ ରିପୋର୍ଟ ଅନୁସାରେ, ଏହି ମାମଲାର ତଦନ୍ତ ପାଇଁ ଗୁଜୁରାଟ ପୋଲିସ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରିଛି । ତେବେ ଚୀନର ଶେନ୍ ଜେନ୍ ଅଞ୍ଚଳର ଉ’ ୱେନବି ଘଟଣାର ମଷ୍ଟରମାଇଣ୍ଡ ବୋଲି ସୂଚନା ମିଳିଛି । ପାଟନ୍ ଏବଂ ବନସ୍କଣ୍ଠ ଅଞ୍ଚଳରୁ ଏହି ଆପ୍ ଚଳାଉଥିବା ରିପୋର୍ଟରେ ପ୍ରକାଶ ପାଇଛି ।

ତେବେ ସୂଚନା ଅନୁସାରେ, ୨୦୨୦ରୁ ୨୦୨୨ ମାମଲାର ମୁଖ୍ୟ ଅଭିଯୁକ୍ତ ଭାରତକୁ ଆସିଥିବା କୁହାଯାଇଛି । ଏହି ସମୟରେ ସ୍ଥାନୀୟ ଲୋକଙ୍କୁ ଟଙ୍କାର ଲୋଭ ଦେଖାଇ ବେଟିଂ ଆପ୍ ରେ ବେଟ୍ ଲଗାଇବା ପାଇଁ ପ୍ରଲୋଭିତ କରିଥିଲା । ୨୦୨୨ରେ ଲଞ୍ଚ ହୋଇଥିବା ଏହି ଆପ୍ ରେ ସୁନିଶ୍ଚିତ ଲାଭ ମିଳିପାରିବ ବୋଳି ଲୋକଙ୍କୁ କହିଥିଲା ଅଭିଯୁକ୍ତ । ତେବେ ଅଭିଯୁକ୍ତର ଟାର୍ଗେଟରେ ୧୫-୭୫ ବର୍ଷ ବୟସର ବ୍ୟକ୍ତିମାନେ ରହିଥିଲେ । ଏହାପରେ ସାଧାରଣ ଲୋକଙ୍କୁ ଲୋଭ ଦେଖାଇ ଦୈନିକ ପ୍ରାୟ ୨୦୦ କୋଟି ଟଙ୍କା ହଡ଼ପ କରିବାରେ ସେ ସପଳ ହୋଇଥିବା ଏହି ରିପୋର୍ଟରୁ ଜଣାଯାଇଛି । ତେବେ ଏହାର ୯ ଦିନ ପରେ ହଠାତ ଏହି ବେଟିଂ ଆପ୍ ବନ୍ଦ ହୋଇ ଯାଇଥିଲା । ଏହାପରେ ଟଙ୍କା ହଡ଼ପ ହୋଇଥିବା ନେଇ ଜାଣିବାକୁ ପାଇଥିଲେ ସ୍ଥାନୀୟ ଲୋକେ ।

ତେବେ ରାଜକୋଟରେ ପୋଲିସ ‘ଟି-କପ୍’ ଅନଲାଇନ ବେଟିଂ ଅପରେସନ ଆରମ୍ଭ କରିଥିବା ବେଳେ ବର୍ତ୍ତମାନ ପର୍ଯ୍ୟନ୍ତ ମୋଟ ୯ ଜଣ ଏହି ମାମଲାରେ ଗିରଫ ହୋଇଛନ୍ତି । ଏହାସହିତ ୨୦୨୦ ଅଗଷ୍ଟ ମାସରେ ସୂଚନା ଓ ପ୍ରଯୁକ୍ତିବିଦ୍ୟା ନିୟମ ଅଧୀନରେ ଏକ ମାମଲା ମଧ୍ୟ ରୁଜୁ କରାଯାଇଥିଲା । ଅଭିଯୋଗ ଅନୁଯାୟୀ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିବା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ଉଦ୍ୟମ ଜାରି ରହିଛି ।

Get real time updates directly on you device, subscribe now.