fbpx

ପ୍ରଦୀପ ମାଝୀଙ୍କ ନାଁରେ ଏତଲା

ନବରଙ୍ଗପୁର,୨୭ ।୧୨(ଓଡିଶା ଭାସ୍କର): କଂଗ୍ରେସ ନେତା ବା ପିସିସି କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀଙ୍କ ନାଁରେ ଏତଲା ରୁଜୁ ହୋଇଛି । ନିଜଆଡୁ ନବରଙ୍ଗପୁର ଟାଉନ୍ ଥାନା ପୋଲିସ ଏତଲା ରୁଜୁ କରିଛି । ହିଂସାକୁ ଉସ୍‌କାଇବା ଅଭିଯୋଗରେ ପୋଲିସ ଏତଲା ରୁଜୁ କରିଛି । ନବରଙ୍ଗପୁର ଥାନାରେ ପ୍ରଦୀପଙ୍କ ସମେତ ଅନ୍ୟ ୨୨ ଜଣଙ୍କ ନାଁରେ ମଧ୍ୟ ଏତଲା ହୋଇଛି । ପ୍ରଦୀପଙ୍କ ନାଁରେ ଆଇପିସିର ୯ଟି ଦଫା ଲାଗିଥିବା ଜଣାପଡିଛି । ଦଫା ୧୨୦(ଖ), ୧୪୭,୩୪୧, ୩୫୩,୨୮୩ ଅନୁସାରେ ମାମଲା ରୁଜୁ ହୋଇଛି ।

ତେବେ ଫୋନରେ ଜଣେ କଂଗ୍ରେସ କର୍ମୀଙ୍କୁ ପ୍ରଦୀପ ମାଝୀ କହିଥିଲେ ଯେ, ‘ପେଟ୍ରୋଲ ଓ ଡିଜେଲ ପ୍ରସ୍ତୁତ ରଖ । କହିଲେ ଜାଳିବ ।’ ନବରଙ୍ଗପୁରରେ କଂଗ୍ରେସ ପକ୍ଷରୁ ବନ୍ଦ ପାଳନ ବେଳେ ଉତ୍ତ୍ୟକ୍ତ କରିବା ଭଳି ଏହି ଫୋନ ବାର୍ତ୍ତାଳାପକୁ ନେଇ ବିବାଦ ସୃଷ୍ଟି ହୋଇଥିଲା । ପେଟ୍ରୋଲ, ଡିଜେଲ ପ୍ରସ୍ତୁତ ରଖିବା ନେଇ ମୋବାଇଲ ଫୋନ ବାର୍ତ୍ତାଳାପକୁ ବି ସ୍ୱୀକାର କରିଛନ୍ତି ପ୍ରଦୀପ ମାଝୀ ।

Get real time updates directly on you device, subscribe now.