fbpx

ଅଶ୍ଲୀଳ ଚାଟ୍ ଘେରରେ ପାକିସ୍ତାନର ରେଳମନ୍ତ୍ରୀ ! ଭାଇରାଲ ହେଲା ଷ୍ଟାର ସହ ଭିଡିଓ କଲ୍

ଅଶ୍ଲୀଳ ଚାଟ୍ ଜାଲରେ ଫସିଲେ ପାକିସ୍ତାନର ରେଳ ମନ୍ତ୍ରୀ ଶେଖ ରସିଦ । ପାକିସ୍ତାନର ସୋସିଆଲ ମିଡିଆ ଷ୍ଟାର ହରୀମ ଶାହ ରେଳ ମନ୍ତ୍ରୀଙ୍କ ସହ ଭିଡିଓ କଲର ଏକ ଫୁଟେଜ୍ ସେୟାର କରିଛନ୍ତି । ରେଳମନ୍ତ୍ରୀ ଶେଖ ରସିଦ ଅଶ୍ଳୀଳ ଭିଡିଓ ପଠାଉଥିବା ହରୀମ ଅଭିଯୋଗ କରିଛନ୍ତି । ଅନ୍ୟପଟେ ଶେଖ ସର୍ବଦା ବିବାଦୀୟ ବୟାନ ଓ ଭାରତକୁ ଯୁଦ୍ଧର ଧମକ ଦେବାକୁ ନେଇ ଚର୍ଚ୍ଚିତ ରହିଆସିଛନ୍ତି ।

ତେବେ ସୋସିଆଲ ମିଡିଆରେ ଶେଖ ରସିଦଙ୍କ ଫୁଟେଜ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଟିକ୍ ଟକ୍ ଷ୍ଟାର ହରୀମ ରେଳମନ୍ତ୍ରୀଙ୍କ ସହ ଭିଡିଓ କଲରେ କଥା ହେଉଥିବାର ଦେଖିବାକୁ ମିଳିଛି । ଏହା ପୂର୍ବରୁ ରେଳମନ୍ତ୍ରୀ ଶେଖ ରସିଦ ଓ ହରୀମଙ୍କ ଏକ ସେଲଫି ଖୁବ୍ ଭାଇରାଲ ହୋଇଥିଲା ।

ଷ୍ଟାର ହରୀମ ବହୁ ରାଜନେତାଙ୍କ ସହ ଟିକ୍ ଟକ୍ ଭିଡିଓ ବନେଇସାରିଛନ୍ତି । ଏପରିକି ପ୍ରଧାନମନ୍ତ୍ରୀ ଇମରାନ୍ ଖାନଙ୍କ କାର୍ଯ୍ୟାଳୟରେ ତାଙ୍କ ଆସନରେ ବସି ହରୀମ ସେଲଫି ନେଇଥିଲେ, ଯାହାକୁ ନେଇ ସୋସିଆଲ ମିଡିଆରେ ବହୁ ବିବାଦ ଉପୁଜିଥିଲା ।

ଉଲ୍ଲେଖଯୋଗ୍ୟ ଯେ, ଭାରତ ସରକାରଙ୍କ ଦ୍ୱାରା ଜାମ୍ମୁ କାଶ୍ମୀର ଉପରୁ ଆର୍ଟିକିଲ ୩୭୦ ହଟାଯିବାପରେ ପାକିସ୍ତାନକୁ ବହୁତ ବଡ଼ ଝଟକା ଲାଗିଥିଲା । ଏହି ସମୟରେ ପାକିସ୍ତନରେ ଏକ ଜନସଭାକୁ ସମ୍ବଧିତ କରିବା ସମୟରେ ଶେଖ ରସିଦ ଭାରତ ବିରୋଧରେ ବୟାନ ଦେଇଥିଲେ ଓ ଠିକ ସେହି ସମୟରେ ତାଙ୍କୁ ମାଇକରୁ କରେଣ୍ଟ ଲାଗିଯାଇଥିଲା । ଏହି ଘଟଣାର ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରଲ ହୋଇଥିଲା ।

Get real time updates directly on you device, subscribe now.