fbpx

ମା’ ହେବ ତ ଏପରି! ରୋଗିଣା ପିଲାକୁ ନେଇ ମେଡିକାଲରେ ପହଞ୍ଚିଲା ବିଲେଇ

କରୋନା ଭାଇରସରେ ତୁର୍କୀ ଅଧିକ ପ୍ରଭାବିତ ହୋଇଥିବା ବେଳେ ସେଠାର ଇସ୍ତାନବୁଲରେ ଏକ ଏପରି ମାମଲା ସାମାନାକୁ ଆସିଛି, ଯାହା ଶୁଣି ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ । ଏଭଳି ସଙ୍କଟ ସମୟରେ ସେଠାରେ ମା’ର ମମତା ସହ ଜଡିତ ଦୃଶ୍ୟ ଦେଖିବାକୁ ମିଳିଛି । ସୋସିଆଲ ମିଡିଆରେ ଗୋଟିଏ ବିଲେଇର ଫଟୋ ଭାଇରାଲ ହେବାରେ ଲାଗିଛି, ଯାହାକୁ ନେଇ ଖୁବ୍ ଚର୍ଚ୍ଚା ଚାଲିଛି । ବିଲେଟିଏ ହେଇ ମଧ୍ୟ ସେ ମଣିଷମାନଙ୍କ ପରି ନିଜର ରୋଗିଣା ପିଲାକୁ ନେଇ ମେଡିକାଲରେ ପହଞ୍ଚିଥିଲା, ଯାହାକୁ ଦେଖି ଲୋକମାନଙ୍କ ସହ ଡାକ୍ତରମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଥିଲେ । ଖବର ମୁତାବକ, ମେଡିକାଲରେ ସମସ୍ତଙ୍କ ଉପସ୍ଥିତିରେ ଜରୁରୀକାଳୀନ ରୁମ ଯାଇ ବିଲେଇଟି ପହଞ୍ଚିଥିଲା । ମୁହଁରେ ନିଜ ପିଲାକୁ ଧରି ରୁମ୍ ବାହାରେ ହିଁ ଠିଆ ହୋଇ ରହିବା ସହ ବିଲେଇଟି ଡାକ୍ତରଙ୍କ ରାସ୍ତା ଅଟକାଇଥିଲା ।

ବିଲେଇଟିର ଏପରି ସାହସପଣ ଓ ମାତୃତ୍ୱକୁ ଦେଖି ସ୍ୱାସ୍ଥ୍ୟକର୍ମୀମାନେ ପିଲାଟିର ଚିକିତ୍ସା କରିଥିଲେ । ପିଲାଟି ସାମନ୍ୟ ରୋଗିଣା ଥିବାରୁ ତାକୁ କ୍ଷୀର ଓ ଖାଦ୍ୟ ଖୁଆଇଥିଲେ । ପରେ ବିଲେଇ ଓ ତାର ଛୁଆକୁ ପଶୁ ଡାକ୍ତର ପାଖକୁ ନିଆଯାଇଥିଲା । ଚିକିତ୍ସା ପରେ ଦୁହେଁ ସୁସ୍ଥ ହୋଇଥିଲେ । ସୁସ୍ଥ ପରେ ପୁଣି ଥରେ ବିଲେଇଟି ନିଜ ପିଲାକୁ ସାଙ୍ଗରେ ନେଇ ହସ୍ପିଟାଲରୁ ବାହାରକୁ ଚାଲିଯାଇଥିଲା ।

Get real time updates directly on you device, subscribe now.