fbpx
BJD SKY
BJD SKY

ଫେକ ସାର୍ଟିଫିକେଟରେ ଚାକିରୀ ମାମଲାରେ ଯୋଡି ହେଲା ଶିକ୍ଷାବିଭାଗ ନା, ଶିକ୍ଷକ ନକଲି କିନ୍ତୁ ଟଙ୍କା ନେଉଛନ୍ତି ଅସଲି

BJD

ଭୂବନେଶ୍ୱର:ଫେକ ସାର୍ଟିଫିକେଟର ମୂଳକରେ ପହଞ୍ଚିବା ପାଇଁ ଆଜି ତଦନ୍ତ ଚଳାଇଛି କ୍ରାଇମବ୍ରାଞ୍ଚ । ବାଲେଶ୍ୱର ଜିଲ୍ଲାରେ ମାଡିଛି ନକଲି ସାର୍ଟିଫିକେଟ ଚେର । ଏଠାରେ ଫେକ ସାର୍ଟିଫିକେଟ ଦେଖାଇ ଶିକ୍ଷକ ଚାକିରି କରିଥିବା ଅଭିଯୋଗ ହୋଇଛି । ଧୀରେ ଧୀରେ ବିଭିନ୍ନ ବିଭାଗ କଥା ସାମ୍ନାକୁ ଆସୁଛି ।

ଏହି ଧାରାରେ ଏବେ ଏକାଧିକ ଶିକ୍ଷକ , ଶିକ୍ଷୟତ୍ରୀଙ୍କ ନାଁରେ ଅଭିଯୋଗ ଆସିଛି । ଏଥିପାଇଁ ଶିକ୍ଷକ ମାନଙ୍କ ବିରୋଧରେ ତଦନ୍ତ ହେବ ବୋଲି ନୀଳଗିରି ବିଇଓ ସୂଚନା ଦେଇଛନ୍ତି । ଡାକ , ସମବାୟ ପରେ ଏବେ ଶିକ୍ଷା କ୍ଷେତ୍ରରେ ମଧ୍ୟ ଏହି ଫେକ ସାର୍ଟିଫିକେଟ ଚେର ଲମ୍ବିଛି । ଏସପିଙ୍କ ନିକଟରେ ଅଭିଯୋଗ ପରେ ଏବେ ତଦନ୍ତ ଆରମ୍ଭ ହୋଇଛି । ତେବେ ଏଥିପାଇଁ ଯାଞ୍ଚ କରିବାକୁ ବାହାର ରାଜ୍ୟକୁ ଶିକ୍ଷା ବିଭାଗର ଏକ ସ୍ୱତନ୍ତ୍ର ଟିମ ଯିବ ବୋଲି ମଧ୍ୟ ସୂଚନା ମିଳିଛି ।

ତେବେ ନକଲି ସାର୍ଟିଫିକେଟ ଦେଖାଇ ସେମାନେ ଚାକିରି କରିବା ସହିତ ପିଲା ମାନଙ୍କ ଭବିଷ୍ୟତ ସହିତ ଖେଳ ଖେଳା ଯାଉଛି ବୋଲି ସମସ୍ତେ ଚିନ୍ତା ପ୍ରକାଶ କରିଛନ୍ତି ।

Get real time updates directly on you device, subscribe now.