fbpx

ଆକ୍ସନ ମୋଡରେ ସିବିଆଇ; ନିଟ୍ ପେପର ଲିକ୍ ମାମଲାରେ ଆଉ ୨ ଗିରଫ

ନୂଆଦିଲ୍ଲୀ: ନିଟ୍ ପେପର ଲିକ୍ ମମଲାରେ ଆକ୍ସନ ମୋଡରେ ସିବିଆଇ । ନିଟ ୟୁଜି ପେପର ଲିକ୍ ମାମଲାରେ ବିହାରର ଆଉ ଦୁଇ ଜଣଙ୍କୁ ଗିରଫ କରିଛି ସିବିଆଇ । ଏହି ମାମଲାରେ ଏପର୍ଯ୍ୟନ୍ତ ୧୧ ଜଣଙ୍କୁ ଗିରଫ କରାଯାଇଛି । ସିବିଆଇ ନାଲନ୍ଦା ଓ ଗୟାରୁ ସନ୍ନି କୁମାର ଓ ରଞ୍ଜିତ ନାମକ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି । ସନ୍ନି ପ୍ରାର୍ଥୀ ହୋଇଥିବା ବେଳେ ରଞ୍ଜିତ ଅନ୍ୟ ଜଣେ ପରୀକ୍ଷାର୍ଥୀଙ୍କ ପିତା ।

ଦୁହେଁ ପ୍ରଶ୍ନପତ୍ର ଲିକ୍ କରିବାରେ ସମ୍ପୃକ୍ତ ଥିବା ଅଭିଯୋଗ ହୋଇଛି । ଏହା ପୂର୍ବରୁ ଜୁଲାଇ ୮ ତାରିଖରେ ସିବିଆଇ ମହାରାଷ୍ଟ୍ରର ଲାଟୁରରୁ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଥିଲା । ନାନଜୁନ ଧପ୍ପା ନାମକ ଏହି ବ୍ୟକ୍ତି ଜଣକ ସେମାନଙ୍କଠାରୁ ଟଙ୍କା ନେଇ ଛାତ୍ରଛାତ୍ରୀଙ୍କ ମାର୍କ ବଢ଼ାଇବାକୁ ଦାବି କରୁଥିଲେ । ତେବେ ଆଜି ପୁଣି ଦୁଇ ଜଣଙ୍କୁ ଗିରଫ କରିଛି ସିବିଆଇ ।

Get real time updates directly on you device, subscribe now.