fbpx

ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲିକଙ୍କୁ CBI ନୋଟିସ୍: ଦୁର୍ନୀତି ଅଭିଯୋଗରେ ପଚରାଉଚରା ପାଇଁ ଡକାଇଲା

ନୂଆଦିଲ୍ଲୀ: ସିବିଆଇ ପକ୍ଷରୁ ପୁର୍ବତ୍ତନ ଜାମ୍ମୁ-କାଶ୍ମୀର ରାଜ୍ୟପାଳ ସତ୍ୟପାଲ ମଲ୍ଲିକଙ୍କୁ ଦୁର୍ନିତ ଅଭିଯୋଗରେ ପଚରାଉଚରା ପାଇଁ ନୋଟିସ୍ କରିଛି । ତାଙ୍କୁ ସିବିଆଇ ପାଖରେ ୨୭ ଏବଂ ୨୮ ଏପ୍ରିଲକୁ ହାଜର ହେବା ପାଇଁ କୁହାଯାଇଛି । ତେବେ ଏ ସମ୍ପର୍କରେ ସିବିଆଇ କୌଣସି ସୂଚନା ଦେଇ ନାହିଁ ।

ଜାମ୍ମୁ କାଶ୍ମୀରରେ ଦୁଇଟି ପ୍ରକଳ୍ପରେ ଅନିୟମିତତା ସମ୍ପର୍କରେ ଏଜେନ୍ସି ଏକ ମାମଲା ରୁଜୁ କରିଥିଲା । ଏହି ମାମଲାରେ ସିବିଆଇ ତାଙ୍କୁ ଡାକିଛି । ଦୁଇଟି ଫାଇଲରେ ସାଇନ୍ କରିବାକୁ ତାଙ୍କୁ ୩୦୦ କୋଟି ଅଫର ମିଳିଥିବା ମଲିକ ଦାବି କରିଛନ୍ତି । ଗତ ବର୍ଷ ଅକ୍ଟୋବରରେ ସିବିଆଇ ତାଙ୍କୁ ପଚରାଉଚରା କରିଥିଲା ।

ସିବିଆଇ ନୋଟିସ୍ ଖବର ଉପରେ ସତ୍ୟପାଲ ମଲ୍ଲିକଙ୍କର ପ୍ରତିକ୍ରିୟା ଆସିଛି । ସତ୍ୟପାଲ କହିଛନ୍ତି ଯେ, ସେ ଦେଇଥିବା ରିପୋର୍ଟ ସମ୍ପର୍କରେ ସିବିଆଇ କିଛି ସ୍ପଷ୍ଟି କରଣ ଚାହୁଁଛି । ଏଥିସହ ନ୍ୟୁଜ୍ ଏଜେନ୍ସି ପିଟିଆଇକୁ ଜଣେ ଅଧିକାରୀ କହିଛନ୍ତି ଯେ ବୀମା ଦୁର୍ନିତି ସହ ଜଡିତ ମାମଲାରେ ପଚରାଉଚରା କରିବାକୁ ସିବିଆଇ ତାଙ୍କୁ ନୋଟିସ ଜାରି କରିଛି ।

ନିକଟରେ ସତ୍ୟପାଲ ମଲ୍ଲିକ ତାଙ୍କର ବିସ୍ପୋରକ ସାକ୍ଷାତକାର ପାଇଁ ଚର୍ଚ୍ଚାରେ ଥିଲେ । ସେ ଦାବି କରିଥିଲେ କି, ଏହି ଯୋଜନା ପାରିତ ହେବା ପାଇଁ ଆରଏସଏସ ଏବଂ ବିଜେପି ନେତା ରାମ ମାଧବ ତାଙ୍କ ନିକଟକୁ ଆସିଥିଲେ । ଏହା ଉପରେ ମାଧବ କହିଥିଲେ ଯେ ଏହି ଦାବି ଭିତ୍ତିହୀନ । ଏବଂ ଏହାପରେ ସେ ସତ୍ୟପାଲ ମଲିକଙ୍କ ବିରୋଧରେ ମାନହାନୀ ମାମଲାର ନୋଟିସ ପଠାଇଛନ୍ତି । ସେ କହିଛନ୍ତି ଯେ ପ୍ରାସଙ୍ଗିକ ରହିବାକୁ ସତ୍ୟପାଲ ଏପରି ବୟାନ ଦେଇଛନ୍ତି । ସତ୍ୟପାଲଙ୍କୁ ଲୋକପ୍ରିୟାତା ପାଇଁ ଏପରି କରିଥିବା ସେ କହିଥିଲେ ।

Get real time updates directly on you device, subscribe now.