fbpx

ଗୋଖାଦ୍ୟ ଦୁର୍ନୀତି ମାମଲାରେ ସିବିଆଇ ତଦନ୍ତ

କଟକ,୨୪ ।୧(ଓଡିଶା ଭାସ୍କର): କଟକରେ ଏକ ଗୋଖାଦ୍ୟ ଦୁର୍ନୀତି ମାମଲାରେ ସିବିଆଇ ତଦନ୍ତ ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । କଟକ ସମବାୟ ଦୁଗ୍ଧ ମହାସଂଘର ଅଡିଟରେ ଦୁର୍ନୀତି ସାମ୍ନାକୁ ଆସିଥିଲା । ଏଥିରେ ୧୩ ଲକ୍ଷ ଟଙ୍କାର ଦୁର୍ନୀତି ହୋଇଥିବା ଜଣାପଡିଥିଲା । ଅଭିଯୋଗ ପରେ ପ୍ଲାଣ୍ଟ ପରିଚାଳକ ସନ୍ତୋଷ ସାମଲଙ୍କୁ ନିଲମ୍ବିତ କରାଯାଇଥିଲା । ଫଳରେ ସିବିଆଇ ତଦନ୍ତ ପାଇଁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ସନ୍ତୋଷ ।

Get real time updates directly on you device, subscribe now.