fbpx

କଲେଜ ପରିଷଦରୁ ବିଧାୟକଙ୍କୁ ବାଦ୍ ପ୍ରସଙ୍ଗରେ କଣ କହିଲେ ସୁଶାନ୍ତ ?

ଭୁବନେଶ୍ୱର,୨୪ ।୧(ଓଡିଶା ଭାସ୍କର): କଲେଜ ପରିଷଦରୁ ବିଧାୟକ ଓ ନେତା ବାଦ୍ ପ୍ରସଙ୍ଗରେ ପ୍ରତିକିୟା ରଖିଲେ ମନ୍ତ୍ରୀ ସୁଶାନ୍ତ ସିଂ । ସେ କହିଛନ୍ତି ଯେ, ବିଧାୟକମାନେ ସମୟ ଦେଇ ପାରୁନଥିବାରୁ ଶିକ୍ଷାବିତ୍ ରହିଲେ ଭଲ । ବିଧାୟକମାନଙ୍କୁ ସଭାପତି ନରଖି ସଦସ୍ୟ ଭାବେ ରଖାଯାଉ । କିନ୍ତୁ ବିଧାୟକମାନେ କମିଟିରେ ରହିବା କଥା ।’ ଏହା ସହ ସ୍ଥାନୀୟ ବିଧାୟକ ରହିଲେ ବିକାଶ ସହ ସମସ୍ୟାର ସମାଧାନ ହୋଇପାରିବ ବୋଲି ସୁଶାନ୍ତ କହିଛନ୍ତି ।

ଉଲ୍ଲେଖଯୋଗ୍ୟ ଯେ, କଲେଜ କରିଚାଳନା କମିଟିରେ ସ୍ଥାନୀୟ ବିଧାୟକ ରହିବେନି ବୋଲି ଖୁବଶୀଘ୍ର ବିଜ୍ଞପ୍ତି ପ୍ରକାଶ କରିବ ଉଚ୍ଚଶିକ୍ଷା ବିଭାଗ । ଏଣିକି ପରିଚାଳନା କମିଟିରେ ଅଭିଭାବକମାନଙ୍କୁ ସାମିଲ କରାଯିବ । ସେହିପରି ସରକାରୀ ଅଧ୍ୟାପକମାନେ ଘରୋଇ ଭାବେ ପଢାଇପାରିବେନି । ଯଦି କୌଣସି ସ୍ଥାନରେ ପଢାଉଥିବାର ଧରାପଡନ୍ତି, ତେବେ ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ । ଏଭଳି ସମ୍ପର୍କରେ ଜଣାଇବାକୁ ଅଭିଭାବକଙ୍କୁ ଆହ୍ୱାନ ଦିଆଯାଇଛି । ଏନେଇ ଅଭିଭାବକ ମହାସଂଘର ଆଲୋଚନାଚକ୍ରରେ ମନ୍ତ୍ରୀ ଅରୁଣ ସାହୁ ସୂଚନା ଦେଇଥିଲେ ।

Get real time updates directly on you device, subscribe now.