fbpx

ଘରୋଇ ହସ୍ପିଟାଲରେ କରୋନା ରୋଗୀ ଚିକିତ୍ସିତ ହୋଇପାରିବେନି: ସିବିକେ ମହାନ୍ତି

ଭୁବନେଶ୍ୱର,୭ା୪(ଓଡ଼ିଶା ଭାସ୍କର): କରୋନା ନେଇ ସ୍ୱାସ୍ଥ୍ୟ ସଚିବ ଓ ଡିଏମଇଟି ଡାକ୍ତର ସିବିକେ ମହାନ୍ତି ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି । ସେ ସମ୍ମିଳନୀରେ ବିଶ୍ୱ ସ୍ୱାସ୍ଥ୍ୟ ଦିବସ ଅବସରରେ ସ୍ୱାସ୍ଥ୍ୟକର୍ମୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ସ୍ୱାସ୍ଥ୍ୟ ସେବାରେ ନର୍ସ ଓ ଧାଈଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । କୋଭିଡ଼୍ ରୋଗୀଙ୍କ ପାଇଁ ସ୍ୱତନ୍ତ୍ର ଚିକିତ୍ସା ଜରୁରୀ ବୋଲି ସେ କହିଛନ୍ତି । ଏହାସହ ରାଜ୍ୟରେ ୭ଟି ହସ୍ପିଟାଲକୁ କୋଭିଡ଼ ହସ୍ପିଟାଲ କରାଯାଇଛି । ଖୁବଶୀଘ୍ର ଅନ୍ୟ ଜିଲ୍ଲାରେ କୋଭିଡ଼୍ ହସ୍ପିଟାଲ ହେବ ବୋଲି ସେ କହିଛନ୍ତି । ଏସସିବି, କଟକ ସିଟି ହସ୍ପିଟାଲରେ କରୋନା ରୋଗୀ ନାହାନ୍ତି । ରୋଗୀ ସଂକ୍ରମଣ ଆଶଙ୍କା ଥିଲେ ହେଲ୍ପଲାଇନ ନମ୍ବରରେ ଯୋଗାଯୋଗ କରିହେବ । ଘରୋଇ ହସ୍ପିଟାଲଗୁଡ଼ିକ ମଧ୍ୟ ସହଯୋଗ କରିଆସୁଛନ୍ତି । କରୋନା ମୁକାବିଲା ପାଇଁ ସମସ୍ତଙ୍କ ସହଯୋଗ ଆବଶ୍ୟକ । ଘରୋଇ ହସ୍ପିଟାଲରେ କରୋନା ରୋଗୀ ଚିକିତ୍ସିତ ହୋଇପାରିବେନି ବୋଲି ଡ଼ାକ୍ତର ସିବିକେ ମହାନ୍ତି କହିଛନ୍ତି ।

Get real time updates directly on you device, subscribe now.