fbpx

CBSE ଦଶମ ଦ୍ୱାଦଶ ଫଳାଫଳ ଆଜି! ସିଧାସଳଖ ଏହି ଲିଙ୍କରେ ଯାଇ ଯାଞ୍ଚ କରନ୍ତୁ ରେଜଲ୍ଟ

ଭୁବନେଶ୍ୱର: CBSE ଦଶମ ଦ୍ୱାଦଶ ଟର୍ମ -୨ ଫଳାଫଳ ଆଜି ଜୁଲାଇ ୪, ୨୦୨୨ ରେ ପ୍ରକାଶିତ ହେବାର ସମ୍ଭାବନା ଅଛି। ତେବେ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍ଇ) CBSE ଦଶମ ଦ୍ୱାଦଶ ଫଳାଫଳ ଘୋଷଣା ସମ୍ପର୍କରେ କୌଣସି ସରକାରୀ ସୂଚନା ପ୍ରକାଶ କରି ନାହିଁ। ଏହାପୂର୍ବରୁ ବୋର୍ଡ ଅଧିକାରୀମାନେ କହିଥିଲେ ଯେ ମୂଲ୍ୟାଙ୍କନ ପ୍ରକ୍ରିୟା ଚାଲିଛି ଏବଂ ଜୁଲାଇ ଶେଷ ସୁଦ୍ଧା ଏହାର ଫଳାଫଳ ଘୋଷଣା କରାଯିବ। ଏହାର ତାରିଖ ଏବଂ ସମୟ ମଧ୍ୟ ଏହି ମାସରେ ଶୀଘ୍ର ଉପଲବ୍ଧ ହେବ।

ସିବିଏସ୍ଇର ପରୀକ୍ଷାର ନିୟନ୍ତ୍ରକ ସ୍ୱୟଂ ଭରଦ୍ୱାଜ କହିଛନ୍ତି ଯେ କାର୍ଯ୍ୟସୂଚୀ ଅନୁଯାୟୀ ମୂଲ୍ୟାଙ୍କନ ପ୍ରକ୍ରିୟା ଚାଲିଛି ଏବଂ ଫଳାଫଳ ତାରିଖ ଏବଂ ସମୟ ଶୀଘ୍ର ପ୍ରକାଶ ପାଇବ। “କାର୍ଯ୍ୟସୂଚୀ ସହିତ ଆଗକୁ ଯିବାକୁ ବୋର୍ଡ ଟ୍ରାକରେ ଅଛି। ବିଭିନ୍ନ ଅନୁଷ୍ଠାନର UG ଆଡମିଶନ କାର୍ଯ୍ୟସୂଚୀକୁ ବିଚାରକୁ ନିଆଯାଉଛି ଏବଂ ଏହାର ଛାତ୍ରମାନଙ୍କ ସ୍ୱାର୍ଥ ରକ୍ଷା ପାଇଁ ସିବିଏସ୍ଇ ସଂପୃକ୍ତ ଅଧିକାରୀଙ୍କ ସହ ଯୋଗାଯୋଗ କରୁଛି ବୋଲି ସେ ଇଣ୍ଡିଆନ୍ ଏକ୍ସପ୍ରେସକୁ କହିଛନ୍ତି।

ଏହି ୱେବସାଇଟ୍ ରେ ଯାଇ ଫଳାଫଳ ଜାଣିପାରିବେ।
cbseresults.nic.in
results.gov.in
digilocker.gov.in
ଡିଜି ଲକର୍ ଆପ୍।
UMANG ଆପ୍।

CBSE ଏପ୍ରିଲ୍ ୨୬ ରୁ ମେ ୨୪, ୨୦୨୨ ପର୍ୟ୍ୟନ୍ତ ଶ୍ରେଣୀ ୧୦ ଏବଂ ୧୨ ପାଇଁ ଟର୍ମ ୨ପରୀକ୍ଷା କରିଥିଲା। ଏହା ମନେ ରଖିବାକୁ ହେବ ଯେ ଛାତ୍ରମାନେ CBSE ଟର୍ମ ୧ ଏବଂ ଟର୍ମ ୨ ଫଳାଫଳ ପାଇଁ ମିଳିତ ମାର୍କ ସିଟ୍ ପାଇବେ।

ଆପଣଙ୍କର CBSE ବୋର୍ଡ ଦଶମ ଦ୍ୱାଦଶ ଫଳାଫଳ କିପରି ଯାଞ୍ଚ କରିବେ।

ଫଳାଫଳ ଯାଞ୍ଚ କରିବାକୁ, ସର୍ବପ୍ରଥମେ ଅଫିସିଆଲ୍ ୱେବସାଇଟ୍ cbseresults.nic.in କୁ ଯାଆନ୍ତୁ।
ସିବିଏସ୍ଇ କ୍ଲାସ୍ ଦଶମ ଏବଂ କ୍ଲାସ୍ ଦ୍ୱାଦଶ ଟର୍ମ ୨ ଫଳାଫଳ ଲିଙ୍କଗୁଡିକ ମେନପେଜ୍ ରେ ଦେଖାଯିବ।
ଆପଣଙ୍କର ଶ୍ରେଣୀ ଚୟନ କରନ୍ତୁ ଏବଂ ଲଗଇନ୍ ବିବରଣୀ ଏଣ୍ଟର କରନ୍ତୁ।
ଏହାପରେ ଆପଣଙ୍କର CBSE ଫଳାଫଳ ଯାଞ୍ଚ କରନ୍ତୁ ଏବଂ ଫଳାଫଳର ଏକ ପ୍ରିଣ୍ଟଆଉଟ୍ ମଧ୍ୟ ନେଇପାରିବେ।

Get real time updates directly on you device, subscribe now.