fbpx

କାଛୁ କୁଣ୍ଡିଆ ହୋଇଥିବାରୁ ୬ ଆଦିବାସୀ ଛାତ୍ରଙ୍କୁ ହଷ୍ଟେଲରୁ ତଡ଼ି ଦେଲେ ବିଦ୍ୟାଳୟ କର୍ତ୍ତୃପକ୍ଷ, ଉଦ୍ଧାର କଲା ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍‌

ଯାଜପୁର, (ଭାସ୍କର ନ୍ୟୁଜ୍‌) : ଯାଜପୁରସହର ନିକଟସ୍ଥ ଚିତାଳୋ ପଞ୍ଚାୟତ ଚିତାଳୋ ଠାରେ ଥିବା ରକ୍ଷାକାଳୀ ସଂସ୍କୃତ ବିଦ୍ୟାଳୟ କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁରରୁ କିଛି ଆଦିବାସୀ ଛାତ୍ର ଉକ୍ତ ବିଦ୍ୟାଳୟରେ ପାଠ ପଢ଼ିବା ସହ ଛାତ୍ରାବାସରେ ରହୁଛନ୍ତି । ଏମାନଙ୍କ ମଧ୍ୟରୁ ୬ଜଣ ଯାଦୁ, କାଛୁ, କୁଣ୍ଡିଆ ରୋଗରେ ପିଡ଼ିତ ଥିଲେ । ଆଜକୁ ପ୍ରାୟ ୭ଦିନ ହେବ ଏମାନେ ଏହି କୁଣ୍ଡିଆ ରୋଗରେ ପିଡ଼ିତ ଥିଲେ । କିନ୍ତୁ ସବୁଠାରୁ ବଡ଼ ବିଡମ୍ବନାର ବିଷୟ ରକ୍ଷାକାଳୀ ସଂସ୍କୃତ ବିଦ୍ୟାଳୟର ଛାତ୍ରାବାସ ଦାୟୀତ୍ୱରେ ଥିବା ଅଧିକାରୀ ଏମାନଙ୍କ ଚିକିତ୍ସା କରିବା ପରିବର୍ତ୍ତେ ଏହା ଡିଆଁ ରୋଗ ହୋଇଥିବାରୁ ତମେ ମାନେ ଛାତ୍ରାବାସ ଛାଡ଼ି ଚାଲିଯିବାକୁ ଚେତାବନୀ ଦେଇଥିଲେ । ଫଳସ୍ୱରୂ ରବିବାର ସକାଳୁ ଏହି ୬ଜଣ ଆଦିବାସୀ ଛାତ୍ର ଛାତ୍ରାବାସୀ ଛାଡ଼ିବାକୁ ବାଧ୍ୟ ହୋଇଥିଲେ ।

ଛାତ୍ରାବାସ ଛାଡ଼ିବା ସମୟରେ ଆଦିବାସୀ ଛାତ୍ର ଘରକୁ କିପରି ଯିବେ ତାହାର ଦାୟୀତ୍ୱ ଛାତ୍ରାବାସ ଦାୟିତ୍ୱରେ ଥିବା ପଦାଧିକାରୀ ବୁଝିନଥିଲେ । ଜିଲ୍ଲା ପାର ହୋଇ ଅନ୍ୟ ଜିଲ୍ଲାକୁ କିଭଳି ଭାବେ ଯିବେ ତାହା ମଧ୍ୟ ଛାତ୍ରବାସ ଦାୟିତ୍ୱରେ ଥିବା ଅଧିକାରୀ କିପରି ବୁଝି ନଥିଲେ । ନିଜର ପାଠ୍ୟ ପୁସ୍ତକକୁ ବ୍ୟାଗରେ ଧରି ୬ଜଣ ନାବାଳକ ଆଦିବାସୀ ଛାତ୍ରାବାସରୁ ବାହାରି ଚାଲି ଚାଲି ଦୀର୍ଘ ୩ କିଲୋମିଟର ଅତିକ୍ରମ କରି ଯାଜପୁର ମା’ବିରଜାଙ୍କ ମନ୍ଦିର ସମ୍ମୁଖରେ ପହଞ୍ଚି କିଭଳି ଭାବେ ନିଜର ଘର ହରିଚନ୍ଦନପୁର ଯିବେ ବୋଲି ସ୍ଥାନୀୟ ଅଞ୍ଚଳର କିଛି ଯୁବକଙ୍କୁ ପଚାରି ବୁଝିଥିଲେ । ଏହି ୬ଜଣ ଆଦିବାସୀଙ୍କ ବୟସ ୧୨ବର୍ଷ ହୋଇଥିବା ବେଳେ ସମସ୍ତେ ୭ମ ଶ୍ରେଣୀରେ ପଢ଼ୁଥିବାର ଜାଣିବାକୁ ମିଳିଥିଲା । ସ୍ଥାନୀୟ ଯୁବକମାନେ ଏହି ୬ଜଣ ଛାତ୍ରଙ୍କୁ ସକାଳ ଜଳଖିଆ ଖୁଆଇ ସେମାନଙ୍କୁ ସୁରକ୍ଷାର ସହିତ ନିଜ ଗୃହକୁ ଯିବା ପାଇଁ ଆଶ୍ୱସନା ଦେବା ସହିତ ଏ ବିଷୟରେ ଗଣମାଧ୍ୟମ ଓ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍‌କୁ ଖବର ଦେଇଥିଲେ ।

ଖବର ପାଇବା ପରେ ଜିଲ୍ଲା ଶିଶୁ ୟୁନିଟ୍‌ର କାର୍ଯ୍ୟକର୍ତ୍ତା ମିହିର କୁମାର ଜେନା ଘଟଣାସ୍ଥଳରେ ପହଞ୍ଚି ୬ଜଣ ନାବାଳକଙ୍କୁ ଉଦ୍ଧାର କରିବା ସହ ସେମାନଙ୍କୁ ଶିଶୁ ମଙ୍ଗଳ କମିଟି ଆଗରେ ହାଜର କରାଇଥିଲେ । ଯଦିଓ ଆଜି ରବିବାର ଥିଲା ଶିଶୁ ମଙ୍ଗଳ କମିଟିର କୌଣସି ସଦସ୍ୟ ତାଙ୍କ କାର୍ଯ୍ୟାଳୟରେ ଅନୁସ୍ଥିତ ନଥିବାରୁ ୬ଜଣ ନାବାଳକ ଛାତ୍ରଙ୍କୁ ଯାଜପୁର ସହରସ୍ଥିତ ଉତ୍କଳ ବାଳାଶ୍ରମରେ ରଖାଯାଇଛି । ସୋମବାର ଦିନ ଶିଶୁ ମଙ୍ଗଳ କମିଟିର ଅଧିକାରୀମାନେ ଆସିଲା ପରେ ଏହି ୬ଜଣ ନାବାଳକ ଛାତ୍ରଙ୍କୁ ସେମାନଙ୍କ ଅଭିଭାବକଙ୍କୁ ହସ୍ତାନ୍ତର କରାଯିବ ବୋଲି ସୂଚନା ମିଳିଛି। ।

Get real time updates directly on you device, subscribe now.