fbpx
BSKY
BJD MC SKY
BJD YOUTH SKY

ସିବିଏସଇ ପରୀକ୍ଷା ବାତିଲ

ଭୁବନେଶ୍ୱର, ୨୫ା୬(ଓଡ଼ିଶା ଭାସ୍କର): ଦେଶ ହେଉ କିମ୍ବା ରାଜ୍ୟ ସବୁଠାରେ କରୋନା କାୟା ବିସ୍ତାର କରିବାରେ ଲାଗିଛି । ଏନେଇ କଲେଜ ଓ ସ୍କୁଲ ବନ୍ଦ ରଖାଯିବା ସହ ପ୍ରାୟ ସବୁ ପରୀକ୍ଷାକୁ ମଧ୍ୟ ବାତିଲ କରାଯାଇଛି । ଏହାରି ମଧ୍ୟରେ ଆଜି ସିବିଏସଇର ବାକିଥିବା ଦଶମ ଓ ଦ୍ୱାଦଶ ପରୀକ୍ଷା ମଧ୍ୟ ବାତିଲ ହୋଇଛି । ଜୁଲାଇ ୧ରୁ ୧୫ ଯାଏଁ ହେବାକୁ ଥିବା ପରୀକ୍ଷା ବାତିଲ କରାଯାଇଛି । ଦ୍ୱାଦଶ ଶ୍ରେଣୀର ପୂର୍ବ ୩ଟି ପରୀକ୍ଷା ଅନୁସାରେ ମୂଲ୍ୟାଙ୍କନ ହେବ । ପରିସ୍ଥିତି ଅନୁକୂଳ ହେଲେ ପରୀକ୍ଷା ହୋଇପାରେ ବୋଲି ଜଣାପଡ଼ିଛି । ଏହି ସମ୍ପର୍କରେ ସୁପ୍ରିମକୋର୍ଟଙ୍କୁ ଜଣାଇଛନ୍ତି ଏସଜି ତୁଷାର ମେହତା ।

ଅଗଷ୍ଟ ମାସ ମଝିରେ ସିବିଏସଇ ଫଳାଫଳ ପ୍ରକାଶ ପାଇବ ବୋଲି ସୂଚନା ମିଳିଛି । ଶିକ୍ଷାବର୍ଷ ଆରମ୍ଭରୁ ସମସ୍ତ ପ୍ରସଙ୍ଗ ସ୍ପଷ୍ଟ ହେବା ଦରକାର ବୋଲି ସୁପ୍ରିମକୋର୍ଟ କହିଛନ୍ତି । ଅଗଷ୍ଟରେ ଫଳ ବାହାରିଲେ ସେପ୍ଟେମ୍ବରରେ ଶିକ୍ଷା ବର୍ଷ ଆରମ୍ଭ ହେବ । ସୁପ୍ରିମକୋର୍ଟରେ ଶୁଣାଣି ବେଳେ ପିଟିସନରଙ୍କ ଓକିଲ ଏହି ଯୁକ୍ତି ବାଢ଼ିଛନ୍ତି । ମହାରାଷ୍ଟ୍ର, ଓଡ଼ିଶା ପରୀକ୍ଷା କରିବା ନେଇ ଅନିଚ୍ଛା ପ୍ରକାଶ କରିଥିଲେ । ଦିଲ୍ଲୀ, ତାମିଲନାଡ଼ୁରେ ଅନିଚ୍ଛାକୁ ସୁପ୍ରିମକୋର୍ଟଙ୍କୁ ଏସଜି ଜଣାଇଥିଲେ । ଜୁଲାଇ ୧ରୁ ୧୫ଯାଏଁ ହେବାକୁ ଥିବା ପରୀକ୍ଷା ବାତିଲ କରାଯାଇଛି । ସ୍ଥିତି ସ୍ୱାଭାବିକ ହେଲେ ସିବିଏସଇ ପରୀକ୍ଷା କରିବ । ଦ୍ୱାଦଶ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ମାର୍କ ପାଇଁ ଯୋଜନା କରାଯାଇଛି । ଗତ ୩ଟି ପରୀକ୍ଷାର ଫଳାଫଳକୁ ଆଧାର କରି ମାର୍କ ପ୍ରକାଶ ପାଇବ । ଛାତ୍ରଛାତ୍ରୀଙ୍କ ପାଇଁ ପରୀକ୍ଷା ଦେବା ସୁବିଧା ଥିବା ଏସଜି ଜଣାଇଛନ୍ତି । ପରେ ହେବାକୁଥିବା ପରୀକ୍ଷାରେ ଚାହିଁଲେ ସାମିଲ ହୋଇପାରିବ । ବହୁତ ସ୍କୁଲକୁ ସଙ୍ଗରୋଧ କେନ୍ଦ୍ରରେ ରୂପାନ୍ତରିତ କରାଯାଇଛି । ତେଣୁ ପରୀକ୍ଷା କରିବା ପାଇଁ ଆବଶ୍ୟକୀୟ ଭିତ୍ତିଭୂମିର ଅଭାବ ଥିବାରୁ ଏହିପରି ନିଷ୍ପତ୍ତି ନିଆଯାଇଛି ।

Get real time updates directly on you device, subscribe now.