fbpx

ଭୁବନେଶ୍ୱରରୁ ଆଜି ୩୮ କରୋନା ଆକ୍ରାନ୍ତ ଚିହ୍ନଟ, ଜାଣନ୍ତୁ କେଉଁ ଅଞ୍ଚଳରୁ କେତେ ଜଣ

ଭୁବନେଶ୍ୱର, ୨୫ା୬(ଓଡ଼ିଶା ଭାସ୍କର): ରାଜ୍ୟରେ ଆଜି ୨୧୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୩୮ଜଣ ଆକ୍ରାନ୍ତ ଭୁବନେଶ୍ୱରର ବୋଲି ଜଣାପଡ଼ିଛି । ଚିହ୍ନଟ ହୋଇଥିବା ୩୮ଜଣଙ୍କ ମଧ୍ୟରୁ ୨୫ଜଣ ହୋମ କ୍ୱାରେଣ୍ଟିନ ଓ ୧୩ଜଣ ସ୍ଥାନୀୟ ଅଞ୍ଚଳର ହୋଇଥିବା ଜଣାପଡ଼ିଛି । ଜୟଦେବ ବିହାରର ୨ ବର୍ଷିକିଆ ଶିଶୁଙ୍କ ସମେତ ୫ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଜଣେ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିଲେ ମୁମ୍ବାଇ ଫେରନ୍ତା ଏହି ୫ଜଣ । ମଞ୍ଚେଶ୍ୱରରେ ଉତ୍ତରପ୍ରଦେଶ ଫେରନ୍ତା ୧୧ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି ।ଏହାସହ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ମଞ୍ଜେଶ୍ୱରର ଆଉ ଜଣେ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ସେହିପରି ମଞ୍ଚେଶ୍ୱର ଅଞ୍ଚଳର ୪ ପଶ୍ଚିମବଙ୍ଗ ଫେରନ୍ତା , ପେଡ଼୍ କ୍ୱାରେଣ୍ଟିନରେ ଥିବା ଜଣେ ପଶ୍ଚିମବଙ୍ଗ ଫେରନ୍ତା, ୟୁନିଟ-୮ ଡ଼େଲ୍ଟା ଅଞ୍ଚଳର ଦୁଇ ମୁମ୍ବାଇ ଫେରନ୍ତା, ୟୁନିଟ-୬ ରାଧାକୃଷ୍ଣ ମନ୍ଦିର ପାଖରେ ଜଣେ ବେଙ୍ଗାଲୁରୁ ଫେରନ୍ତା, ଶିରୀପୁର ଲକ୍ଷ୍ମୀବଜାର ବସ୍ତିର ଜଣେ ମୁମ୍ବାଇ ଫେରନ୍ତା, ଚକେଇସିଆଣି ହାଡ଼ଭାଇ ବସ୍ତିର ୪୬ବର୍ଷୀୟ ବ୍ୟକ୍ତି, ୪ଟି ବିଭିନ୍ନ ହସ୍ପିଟାଲର ୬ଜଣ କର୍ମଚାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି ।ଏନେଇ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ସୂଚନା ମିଳିଛି ।
ଏହାସହ ଭୁବନେଶ୍ୱରରେ ଆକ୍ରାନ୍ତଙ୍କ ସଂଖ୍ୟା ୨୫୮କୁ ବୃଦ୍ଧି ପାଇଛି । ୨୫୮ ପଜିଟିଭଙ୍କ ମଧ୍ୟରୁ ୩ଜଣଙ୍କର ମୃତ୍ୟୁ ହୋଇଛି ଓ ୧୨୭ଜଣ ସୁସ୍ଥ ହୋଇଛନ୍ତି । ରାଜଧାନୀରେ ୧୨୮ ଜଣ ଏବେ ବି ଚିକିତ୍ସାଧୀନ ଅଛନ୍ତି ।

Get real time updates directly on you device, subscribe now.