fbpx
BJD SKY
BJD SKY

କେନ୍ଦ୍ରୀୟ ଶିକ୍ଷା ମନ୍ତ୍ରଣାଳୟର ନିଷ୍ପତ୍ତି, ସିବିଏସଇ ସ୍କୁୁଲରେ ଆଞ୍ଚଳିକ ଭାଷାରେ ହେବ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢା

BJD

ନୂଆଦିଲ୍ଲୀ:କେନ୍ଦ୍ରୀୟ ଶିକ୍ଷା ମନ୍ତ୍ରଣାଳୟର ନିଷ୍ପତ୍ତି ଅନୁଯାୟୀ ସ୍କୁଲରେ ପଢା ଯାଉଥିବା ଏନସିଇଆରଟି ପୁସ୍ତକ ଭାରତର ବିଭିନ୍ନ ଆଞ୍ଚଳିକ ଭାଷାରେ ଉପଲବ୍ଧ ହେବ । ଏହି ସମସ୍ତ ପୁସ୍ତକକୁ ଭାରତର ୨୨ ଅଲଗା ଅଲଗା ଭାଷାରେ ଉପଲବ୍ଧ କରାଇବାକୁ ଯୋଜନା ପ୍ରସ୍ତୁତ ହୋଇଛି ।

କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସଇ) ବହୁଭାଷୀ ଶିକ୍ଷାକୁ ପ୍ରୋତ୍ସାହନ ଦେବା ଲାଗି ଏକ ଐତିହାସିକ ନିଷ୍ପତ୍ତି ନେବାକୁ ଯାଉଛି । ସିବିଏସଇ ସ୍କୁଲ ଗୁଡିକରେ ବହୁଭାଷୀ ଶିକ୍ଷାକୁ ବାସ୍ତବ କ୍ଷେତ୍ରରେ ରୂପାୟନ କରିବା ଲାଗି ସ୍କୁଲରଳ ବିଭିନ୍ନ ପୁସ୍ତକଗୁଡିକୁ ଭାରତୀୟ ଭାଷାରେ ଉପଯୋଗ କରାଇବା ଉପରେ ବିଚାର କରୁଛି । ସିବିଏସଇ ସମ୍ବନ୍ଧିତ ସ୍କୁଲରେ ଏବେ ପ୍ରି ପ୍ରାଇମେରୀରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଆଞ୍ଚଳିକ ଭାଷାରେ ପଢିବାର ବିକଳ୍ପ ମିଳିପାରିବ । ସିବିଏସଇ କହିଛି ଏହି ଉଦ୍ୟମ ସ୍କୁଲଗୁଡିକ ଲାଗି ବହୁଭାଷୀ ଶିକ୍ଷାର ଭିତ୍ତିଭୂମିକୁ ଆହୁରି ମଜଭୁତ କରିବ ।

ବହୁଭାଷୀ ଶିକ୍ଷାକୁ ପ୍ରୋତ୍ସାହନ ଦେବା ଲାଗି ଶିକ୍ଷା ମନ୍ତ୍ରଣାଳୟ ଓ ନ୍ୟାସନାଲ୍ କାଉନସିଲ୍ ଅଫ୍ ଏଜୁକେସନ, ରିସର୍ଚ୍ଚ ଆଣ୍ଡ ଟ୍ରେନିଂ(ଏନସିଇଆରଟି) ରାଷ୍ଟ୍ରୀୟ ଶିକ୍ଷା ନୀତି ୨୦୨୦ ଜରିଆରେ ବିଭିନ୍ନ କ୍ଷେତ୍ରୀୟ ଭାଷାରେ ଶିକ୍ଷା ଆରମ୍ଭ କରିବା ଲାଗି ପଦକ୍ଷେପ ନେଇଛି । ଏହାପରେ ସିବିଏସଇ ନିଜ ନିଜ ସ୍କୁଲରେ ଉପଲବ୍ଧ ସଂସାଧନକୁ ଉପଯୋଗ କରିବା ଓ ବହୁଭାଷୀ ଶିକ୍ଷାକୁ ସର୍ବୋତ୍ତମ କରିବା ଲାଗି ପରସ୍ପରକୁ ସହଯୋଗ କରିବାକୁ କହିଛନ୍ତି । ଏହା ପୂର୍ବରୁ ଷଷ୍ଠ ଶ୍ରେଣୀ ପର୍ଯ୍ୟନ୍ତ ଆଞ୍ଚଳିକ ଭାଷାରେ ପଢାଯିବା ଲାଗି ବିଚାର କରାଯାଉଥିଲା କିନ୍ତୁ ଏବେ ଦ୍ୱାଦଶ ପର୍ଯ୍ୟନ୍ତ ଆଞ୍ଚଳିକ ଭାଷାରେ ପଢାଯିବ । ଏଠାରେ ସୂଚାଇ ଦିଆଯାଇପାରେ ଯେ, ଏ ପର୍ଯ୍ୟନ୍ତ ସିବିଏସଇ ସ୍କୁଲରେ କେବଳ ଇଂରାଜୀ ଓ ହିନ୍ଦୀ ମାଧ୍ୟମରେ ଏନସିଇଆରଟି ପାଠ୍ୟପୁସ୍ତକ ଉପଲବ୍ଧ ହେଉଥିଲା ।

 

Get real time updates directly on you device, subscribe now.