fbpx

ଦଶମ ପାସ୍ ଯୁବକ-ଯୁବତୀ ମାନଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ; ରେଲୱେରେ ଏହି ପଦବୀରେ ନିଯୁକ୍ତି ସୁଯୋଗ, ଜାଣନ୍ତୁ ସମ୍ପୁର୍ଣ୍ଣ ସୂଚନା

ନୂଆଦିଲ୍ଲୀ: ଦକ୍ଷିଣ-ପୁର୍ବ କେନ୍ଦ୍ରୀୟ ରେଲୱେରେ ୧୦୦୦ ରୁ ଅଧିକ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଏହି ପଦବୀ ପାଇଁ ଆବେଦନ ୨୨ ଜୁଲାଇରୁ ଆରମ୍ଭ ହୋଇଯାଇଛି । ଯେଉଁ ପଦବୀରେ ନିଯୁକ୍ତି ହେବ ସେଥିରେ ୮୨୦ ଆସିଷ୍ଟାଣ୍ଟ ଲୋକ ପାଇଲଟ, ୧୩୨ ଟେକ୍ନିସିଆନ୍‌, ୬୪ ଜୁନିଅର ଇଞ୍ଜିନିୟର ପଦ ସାମିଲ ଅଛି । ସମସ୍ତ ପଦବୀରେ ନିଯୁକ୍ତି ସାଧାରଣ ଡିପାର୍ଟମେଣ୍ଟାଲ ପ୍ରତିଯୋଗିତା ପରୀକ୍ଷା ମାଧ୍ୟମରେ ହେବ ।

ଏହି ପଦବୀ ଗୁଡ଼ିକ ପାଇଁ ଆଶାୟୀମାନେ ଦଶମ ପାସ୍ କରିଥିବା ଆବଶ୍ୟକ । ବୟସ ସର୍ବନିମ୍ନ ୧୮ ଏବଂ ସର୍ବାଧିକ ୪୨ ହୋଇଥିବା ଆବଶ୍ୟକ । ଯୋଗ୍ୟ ଆଶାୟୀ ମାନଙ୍କର ଚୟନ ଲିଖିତ ପରୀକ୍ଷା ମାଧ୍ୟମରେ ହେବ । ଏହି ପରୀକ୍ଷା ପାସ୍ କରିଥିବା ପ୍ରାର୍ଥିମାନଙ୍କୁ ଫାଇନାଲ ସିଲେକ୍ସସନ୍ ଡକ୍ୟୁମେଣ୍ଟ ଭେରିଫିକେସନ୍ ପରେ ହେବ ।

ଏହି ପୋଷ୍ଟଗୁଡିକ ପାଇଁ ଆବଶ୍ୟକ ଡକ୍ୟୁମେଣ୍ଟ୍ ।

-ଆଡ଼ କାର୍ଡ ।
-ପାନ କାର୍ଡ ।
ଜାତି ପ୍ରମାଣପତ୍ର (ଯଦି ପ୍ରଯୁଜ୍ୟ)
ପାସପୋର୍ଟ ସାଇଜ୍ ଫଟୋ ।
-ମୋବାଇଲ୍ ନମ୍ବର
-ମେଲ୍ ଆଇଡି

ସବିଶେଷ ବିଜ୍ଞପ୍ତି, ଫର୍ମ ପୂରଣ ସମ୍ବନ୍ଧୀୟ ସମସ୍ତ ସୂଚନା ତଳେ ଥିବା ଲିଙ୍କରେ ଉପଲବ୍ଧ ।
https://secr.indianrailways.gov.in/uploads/files/1689744127508-GDCE%202023%20final.pdf

ଦରମା: ଆସିଷ୍ଟାଣ୍ଟ ଲୋକୋ ପାଇଲଟ୍ ଏବଂ ଟେକ୍ନିସିଆନ୍ – ଲେବଲ-୨ ଅନୁଯାୟୀ ଦରମା ।
ଜୁନିୟର ଇଞ୍ଜିନିୟର – ଲେବଲ୍‌-୬ ଅନୁଯାୟୀ ଦରମା ।

Get real time updates directly on you device, subscribe now.