fbpx

IGI ବିମାନ ବନ୍ଦରରେ ବଡ ଧରଣର ଚଢ଼ାଉ: କଷ୍ଟମ ଅଧୀକାରୀମାନେ ଜବତ କଲେ ୧୦ କୋଟିରୁ ଅଧିକ ବୈଦେଶିକ ମୁଦ୍ରା

ନୂଆଦିଲ୍ଲୀ: ଦିଲ୍ଲୀର ଇନ୍ଦିରାଗାନ୍ଧୀ ଆନ୍ତର୍ଜାତୀୟ ବିମାନ ବନ୍ଦରରେ ଏକ ବଡ଼ ଧରଣର ଚଢାଉ ହୋଇଛି । ୩ ଜଣ ତାଜିକିସ୍ତାନ ନାଗରିକଙ୍କ ଠାରୁ ଶୁକ୍ରବାର ରାତିରେ ୧୦ କୋଟିରୁ ଅଧିକ ବୈଦେଶିକ ମୁଦ୍ରା ଜବତ କରାଯାଇଛି । ଏହି ବଡ଼ ଧରଣର ଚଢାଉ କଷ୍ଟମ ଅଧିକାରୀମାନଙ୍କ ଦ୍ୱାରା ହୋଇଛି ।

ସୂଚନା ଅନୁଯାୟୀ, ଅଭିଯୁକ୍ତମାନେ ଇସ୍ତାନବୁଲକୁ ବିମାନରେ ଯାଉଥିବା ବେଳେ ଅଧିକାରୀମାନେ ସେମାନଙ୍କୁ ଅଟକାଇଥିଲେ । ଏହାପରେ ସେମାନଙ୍କ ଲଗେଜରେ ଥିବା ଜୋତାରୁ ଏହି ବିଦେଶୀମୁଦ୍ରା ମିଳିଛି ବୋଲି ରିପୋର୍ଟରେ କୁହାଯାଇଛି । ସେମାନଙ୍କ ବ୍ୟାଗ ଗୁଡିକ ଅଧିକ ଖୋଜାଯିବା ପରେ ବୈଦେଶିକ ମୁଦ୍ରା ( ୭,୨୦,୦୦୦ ଡଲାର ଏବଂ ୟୁରୋ ୪,୬୬,୨୦୦), ଯାହାର ଭାରତୀୟ ମୂଲ୍ୟ ହେଉଛି ୧୦.୬ କୋଟି ଟଙ୍କା ଜବତ କରାଯାଇଛି । ଏହା କଷ୍ଟମ ବିଭାଗର ଏକ ବିବୃତ୍ତିରେ କୁହାଯାଇଛି ।

କଷ୍ଟମ ବିଭାଗର ଏକ ବିବୃତ୍ତିରେ ଆହୁରି ମଧ୍ୟ କୁହାଯାଇଛି ଯେ, ବିଦେଶୀ ମୁଦ୍ରା ଜବତ ସହିତ ଅଧିକ ଅନୁସନ୍ଧାନ ଚାଲୁରହିଛି । ତେବେ କଷ୍ଟମ ବିଭାଗ ଅନୁଯାୟୀ, ଭାରତର ବିମାନବନ୍ଦର ମାଧ୍ୟମରେ ହେଉଥିବା ବୈଦେଶିକ ମୁଦ୍ରା ଚୋରା ଚାଲାଣର ଏହା ହେଉଛି ସବୁଠାରୁ ବଡ଼ ମାମଲା ।

Get real time updates directly on you device, subscribe now.